ଭୁବନେଶ୍ୱର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୭ ଜଣଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ଗିରଫ କରାଯାଇ ଚନ୍ଦକା ଥାନାରେ ପଚରାଉଚରା କରାଯାଉଛି । ଅନ୍ୟପକ୍ଷରେ ଏହି ମାମଲାରେ ସ୍ଥଳ ସେନା ଲେଫ୍ଟନାଣ୍ଟ ଜେନେରାଲ ହସ୍ତକ୍ଷେପ କରିଛନ୍ତି । ଏ ନେଇ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ୍ ।
ଭରତପୁର ଥାନାରେ ମେଜର ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଦିଆଯିବା ମାମଲାରେ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଛନ୍ତି ସେନା ଅଧିକାରୀ । ସେନା କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ୍ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଥାନାକୁ ସୁରକ୍ଷା ମାଗିବାକୁ ଯାଇଥିବା ସେନା ଅଧିକାରୀଙ୍କୁ ପୋଲିସ ପିଟିଛି । ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯାତନା ଦେଇଛି । ବାନ୍ଧବୀଙ୍କୁ ଯୌନ ନିର୍ଯାତନା ସହ ସେନା ଅଧିକାରୀଙ୍କୁ ହାଜତରେ ପୂରାଇଛନ୍ତି । ତେଣୁ ମାମଲାକୁ ଗୁରୁତ୍ୱର ସହ ନେଇ ଏଥିରେ ହସ୍ତକ୍ଷେପ କରିବାକୁ ଚିଠି ଜରିଆରେ ନିବେଦନ କରିଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ପି.ଏସ୍ ଶେଖାୱତ୍ ।