ଯାଜପୁର : ଜନ୍ମମୃତ୍ୟୁ ପଞ୍ଜିକରଣ ଲାଗି ଖୋଲାଖୋଲି ଭାବରେ ନେଉଥିଲେ ଲାଞ୍ଚ । ଆଉ ଏବେ ଲାଞ୍ଚ ନେବାର ଭିଡିଓ ଭାଇରାଲ । ଯାଜପୁର ଜିଲ୍ଲା ବରୀ ରାମ ଚନ୍ଦ୍ରପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମମୃତ୍ୟୁ ପଞ୍ଜିକରଣ ପାଇଁ ଲାଗି ଲାଞ୍ଚ ନେଉଥିଲେ ଜଣେ ସ୍ବାସ୍ଥ୍ୟକର୍ମୀ । ଉକ୍ତ ସ୍ବାସ୍ଥ୍ୟକର୍ମୀ ଜଣଙ୍କ ହେଉଛନ୍ତି ପ୍ରିୟ ରଞ୍ଜନ ସାହୁ । କିପରି ଭାବରେ ଖୋଲାଖୋଲି ଭାବରେ ଲାଞ୍ଚ ନେଉଛନ୍ତି ପୁଣି ସାମ୍ବାଦିକଙ୍କୁ ଅସମ୍ମାନ ମଧ୍ୟ କରୁଛନ୍ତି । ଏପରି ଦୃଶ୍ୟକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି । ସ୍ବାସ୍ଥ୍ୟକର୍ମୀ ଜଣକ ଲାଞ୍ଚ ନେଇ ଗୋଟିଏ ଭୁଲ କରୁଛନ୍ତି ପୁଣି ତା ଉପରେ ସାମ୍ବାଦିକମାନଙ୍କୁ ଅସମ୍ମାନ କରି ଆଉ ଗୋଟେ ଭୁଲ କରୁଛନ୍ତି । ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହୋଇଛି ।