ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଥିବା ଦଣ୍ଡାଧର ଡାହାଣ ପାର୍ଶ୍ୱ ମୁଖ୍ୟ କେନାଲରେ ଏକ ବଡ଼ ଘାଇ ସୃଷ୍ଟି ହୋଇଛି । ଫଳରେ ଏକର ଏକର ଚାଷ ଜମି ଉପରେ କେନାଲ ପାଣି ମାଡ଼ି ଯାଇଛି । ଯାହାକୁ ନେଇ ଏବେ ଚିନ୍ତାରେ ଚାଷୀ ।
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକରେ ଥିବା ଦଣ୍ଡାଧର ଡାହାଣ ପାର୍ଶ୍ୱ ମୁଖ୍ୟ କେନାଲରେ ୩୦ ଫୁଟର ଘାଇ ସୃଷ୍ଟି ହୋଇଛି । କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଦଣ୍ଡେଇମରା ଗାଁ ନିକଟରେ ଏହି ଘାଇ ହୋଇଛି । ଫଳରେ ଏକର ଏକର ଚାଷ ଜମି ଜଳାର୍ଣ୍ଣବ ହୋଇଯାଇଥିବାବେଳେ ଫସଲ ଉପରେ ବାଲି ଚରି ଯାଇଛି । ଯାହାକୁ ନେଇ ଚିନ୍ତାରେ କଣ୍ଟାପାଳ ଓ ଦଣ୍ଡେଇମରା ଗ୍ରାମବାସୀ । ସ୍ଥାନୀୟ ଲୋକମାନେ ଘାଇକୁ ବନ୍ଦ କରିବାକୁ ଚେଷ୍ଟା ଚଳାଇଛନ୍ତି । ଏ ନେଇ ଦଣ୍ଡାଧାର ପ୍ରକଳ୍ପ ଅଧିକାରୀଙ୍କୁ ମଧ୍ୟ ସୂଚନା ଦିଆଯାଇଛି । ଖବର ସଂଗ୍ରହ ବେଳକୁ ପ୍ରକଳ୍ପ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଗ୍ରାମବାସୀ।