ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଭେଜିଆ ଗାଁର ଶ୍ରୀଧର ସିଂହଙ୍କ ପୂଜା ଘରେ ଏକ ଭିନ୍ନ ଘଟଣା ଘଟିଛି । ପୂଜା ଘରେରେ ସାଇବାବାଙ୍କ ମୂର୍ତିରେ ଏକ ୧୨ ଫୁଟ ଲମ୍ବର ସାପ ଦୀର୍ଘ ସମୟ ଧରି ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଗାଁର ଶ୍ରୀଧର ସିଂହଙ୍କ ସ୍ତ୍ରୀ ପ୍ରେମଲତା ସିଂହ ପ୍ରତ୍ୟେକ ଦିନ ଭଳି ପୂଜା କରିବା ପାଇଁ ପୂଜା ଘରକୁ ଯାଇ ଦେଖନ୍ତି ତ, ସାଇବାବାଙ୍କ ମୂର୍ତିରେ ଏକ ୧୨ ଫୁଟ ଲମ୍ବର ସାପ ଝୁଲି ରହିଛି । ଏହି ଖବର ତୁରନ୍ତ ସେ ପରିବାର ଲୋକଙ୍କୁ ଦେଇଥିଲେ । ପରେ ସେଠାରେ ସାପକୁ ଦେଖିବା ପାଇଁ ବହୁ ଲୋକଙ୍କ ସମାଗମ ହୋଇଥିଲା । ସେଠାରେ ଏକ ଆଧ୍ୟାତ୍ମିକତା ପରିବେଶ ସୃଷ୍ଟି ହୋଇଥିଲା । ସାପଟି କାହାର କିଛି କ୍ଷତି କରିନଥିଲା । କିଛି ସମୟ ପରେ ସାପଟି ଆପେଆପେ ପଳେଇ ଯାଇଥିଲା ।