ବୌଦ୍ଧ ଅଫିସ ଦ୍ବାରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଚରଦା, ପଦ୍ମନପୁର ଗ୍ରାମ ଫଚାୟତର ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ସୁବିଧା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମଟି ଜିଲ୍ଲା ଆଇନସେବା ପ୍ରାଧୁକରଣ, ବୌଦ୍ଧର ଅଧ୍ୟକ୍ଷ ଶ୍ରୀ ପ୍ରତାପ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ,ସଚୀବ ଶ୍ରୀମତି ସାସ୍ପତି ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶ୍ରମ ଅଧିକାରୀ ଶ୍ରୀମତି କନ୍ୟାକୁମାରୀ ସାହୁ ଏବଂ ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ଅନ୍ୟ ବରିଷ୍ଠ ଶିକ୍ଷକ ଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ପଦ୍ମନପୁର ଗ୍ରାମ ପଂଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ, ଚରଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରବାସୀ ଶ୍ରମିକ ମାନଙ୍କ ବିଭିନ୍ନ ସମସ୍ୟା ଏବଂ ଏହାର ସମାଧାନ, ସରକାରଙ୍କ ଦ୍ବାରା ସେମାନଙ୍କ ପାଇଁ ଶ୍ରମ କାର୍ଡ ଦ୍ବାରା ମିଳୁଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋକପାତ କରାଯାଇଥିଲା ।