ଜଳେଶ୍ଵର : ପୋଲିସ ହାତରେ ବ୍ରାଉନ ସୁଗାର କିଙ୍ଗପିନ । ପ୍ରାୟ ୨୮୫ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଜଳେଶ୍ଵର ପୋଲିସ । ଜବତ ବ୍ରାଉନ ସୁଗରର ଆନୁମାନିକ ମୂଲ୍ୟ ୨୮ଲକ୍ଷ ପଚାଶ ହଜାର ଟଙ୍କା ହୋଇଥିବା ସୂଚନା ମିଳିଛି । ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଘର ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଅଞ୍ଚଳରେ ।
ସୂଚନା ଅନୁସାରେ, ଜଳେଶ୍ଵର ପୋଲିସ କୌଣସି ସୂତ୍ରରୁ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇ ପଶ୍ଚମବଙ୍ଗରୁ ଓଡ଼ିଶା ଆସୁଥିବା ସମୟରେ ଅଗରୱାଲା ଛକ ନାକା ଠାରେ ମାଡ଼ି ବସିଥିଲା । ଉକ୍ତ ଯୁବକଙ୍କ ପାଖରୁ ନଗଦ ୮୮୦ ଟଙ୍କା ସହିତ ଗୋଟେ ଗାଡି ଓ ମୋବାଇଲ କୁ ଜବତ କରିଛି ପୋଲିସ। ଏ ନେଇ ଜଳେଶ୍ଵର ଥାନାରେ ମାମଲା ରୁଜ୍ଜୁ ହୋଇଛି । ଜଳେଶ୍ଵର ଏସଡିପିଓ ଦିଲ୍ଲିପ କୁମାର ସାହୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି ।