ମୁମ୍ବାଇ: ଆଗଧାଡ଼ିର ଟେକ୍ କଂପାନୀ ଆଇଫୋନ୍ ୧୬ ସିରିଜର ବିକ୍ରି ଆରମ୍ଭ ହୋଇଯାଇଛି। କଂପାନୀ ଗତ ୯ ତାରିଖ ଦିନ ଚଳିତ ବର୍ଷର ସବୁଠାରୁ ବଡ଼ କାର୍ଯ୍ୟକ୍ରମ ‘ଇଟ୍ସ ଗ୍ଲୋଟାଇମ୍‘ରେ ଏଆଇ ଫିଚର୍ସ ସହିତ ଆଇଫୋନ୍ ୧୬ ସିରିଜ ଲଞ୍ଚ କରିଥିଲା। ମୁମ୍ବାଇର ବିକେସିସ୍ଥିତ ଷ୍ଟୋରରେ ଏହି ଫୋନ ବିକ୍ରି ହେବା ପୂର୍ବରୁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଛି।
ଆପଲ ଷ୍ଟୋର ଖୋଲିବା ପୂର୍ବରୁ ସକାଳୁ-ସକାଳୁ ଷ୍ଟୋର ବାହାରେ ଲୋକମାନେ ଭିଡ଼ ଲଗାଇଥିଲେ। ଗତଥର ଯେତେବେଳେ ଆଇଫୋନ ୧୫ ସିରିଜ ବଜାରକୁ ଆସିଥିଲା, ସେହି ସମୟରେ ମଧ୍ୟ ଗ୍ରାହକଙ୍କର ପ୍ରବଳ ଭିଡ଼ ହୋଇଥିଲା।
ଜଣେ ଗ୍ରାହକ କହିଛନ୍ତି, ମୁଁ ଗତ ବର୍ଷ ୨୧ ଘଣ୍ଟା ଛିଡ଼ା ହୋଇଥିଲି। ଆଇଫୋନ ୧୬ ସିରିଜ କିଣିବା ପାଇଁ ମୁଁ ଗତକାଲି ସକାଳ ୧୧ଟାରୁ ଛିଡ଼ା ହୋଇଛି। ଆଜି ସକାଳ ୮ଟାରେ ଯେତେବେଳେ ଷ୍ଟୋର ଖୋଲିଲା, ମୁଁ ପ୍ରଥମ ଗ୍ରାହକ ହୋଇଥିଲି।
ସୂଚନାଯୋଗ୍ୟ, କଂପାନୀ ଆଇଫୋନ ୧୬ ସିରିଜକୁ ୪ ପ୍ରକାରର ଲଞ୍ଚ କରିଛନ୍ତି। ଏଥିରେ ଗ୍ରାହକଙ୍କୁ ଡିଜାଇନ ଠାରୁ ଆରମ୍ଭ କରି ଫିଚର୍ସ ପର୍ଯ୍ୟନ୍ତ ନୂଆ ଦେଖିବାକୁ ମିଳୁଛି। ମାତ୍ର ଗୋଟିଏ କାମ ଆପୁଲରୁ ଆଇଫୋନର ପୂରା ଇତିହାସରେ ପ୍ରଥମ ଥର କରାଯାଇଛି। କଂପାନୀ ନୂଆ ଫୋନକୁ ପୁରୁଣା ଠାରୁ କମ ଦରରେ ଲଞ୍ଚ କରିଛି। ବିଶେଷ କରି ଭାରତୀୟ ଗ୍ରାହକଙ୍କ ପାଇଁ ଏହି ଭଳି ବ୍ୟବସ୍ଥା କରାଯାଇଛି।