ମାଲକାନଗିରି : ସର୍ଚ୍ଚ ଅପରେସନ ସମୟରେ ମାଓବାଦୀଙ୍କ ଯୋଜନାକୁ ବିଫଳ କଲେ ଯବାନ । ମାଓବାଦୀମାନେ ଜଙ୍ଗଲରେ ଲ୍ୟାଣ୍ଡ୍ମାଇନ୍ ଖଞ୍ଜି ଯବାନମାନଙ୍କୁ ଟାର୍ଗେଟ୍ କରିଥିଲେ । ତାଙ୍କ ଯୋଜନଙ୍କୁ ବିଫଳ କରିଛନ୍ତି ବୀର ଯବାନ ।
ସୂଚନା ଅନୁସାରେ, ମାଲକାନଗିରି ଜିଲ୍ଲା ଭେଜେଙ୍ଗଓ୍ବାଡା ଜଙ୍ଗଲରେ ମାଓବାଦୀମାନେ ଯବାନମାନଙ୍କୁ ଟାର୍ଗେଟ୍ କରି ଟିଫିନ ବୋମା ଖଞ୍ଜିଥିଲେ । ଏହି ବୋମାକୁ ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ସମୟରେ ନିଷ୍କ୍ରିୟ କରିଛନ୍ତି । ଫଳରେ ଗୋଟେ ବଡ଼ ବିପଦ ଟଳିଯାଇଛି । ଏହି ବୋମାକୁ ମାଓବାଦୀମାନେ ଗଛ ମୂଳରେ ଖଞ୍ଜିଥିଲେ । ଘଟଣାସ୍ଥଳରୁ ଯବାନମାନେ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛନ୍ତି ।