ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଧୁସୁରୀ ଥାନା ଅନ୍ତର୍ଗତ ବୟାଙ୍ଗଡିହ ପଞ୍ଚାୟତ ଗୁଡୁପୋଖରିରେ ଗୋଷ୍ଠୀ ସଂଘର୍ଷ। ଏହି ଗୋଷ୍ଠୀ ସଂଘର୍ଷ ଫଳରେ ୩ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତେଣୁ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଉତ୍ତେଜନାକୁ ଲକ୍ଷ କରି ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଗୁଡୁପୋଖରୀ ଅଞ୍ଚଳରେ ୧୬୩ ଧାରା ଲାଗୁ କରିଛନ୍ତି।
ତେବେ ଏହି ଧାରା ଲାଗୁ ହେବା ଦ୍ୱାରା କୌଣଷି ବ୍ୟକ୍ତି ମେଳି ବାନ୍ଧି ପାରିବେ ନାହିଁ। ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ୧୬୩ ଧାରା ଜାରୀ କରାଯାଇଥିବା ନେଇ ଡ଼ାକବାଜି ଯନ୍ତ୍ର ପ୍ରଚାର କରାଯାଇ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ ଜାରିରହିଛି। ଘଟଣାସ୍ଥଳରେ ଧାମନଗର ତହସିଲଦାର ଦୀପକ ଦାସ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ତ୍ରିଲୋଚନ ସେଠୀ, ଆଇଆଇସି ଫନିନ୍ଦ୍ର ନାୟକ ପ୍ରମୁଖ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।
ସୂଚନା ଅନୁସାରେ, ମହମ୍ମଦଙ୍କ ଜୟନ୍ତୀରେ ବୟାଙ୍ଗଡିହ ପଞ୍ଚାୟତ ଅରୁଣ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିମାନେ ରାସ୍ତା କଡ଼ରେ ୧୬ଟି ପତାକା ଲଗାଇଥିଲେ। ଏହି ପତକାକୁ ବୁଧବାର ରାତିରେ କୌଣସି ଦୁର୍ବୃତ୍ତ ଉପାଡ଼ି ଦେଇଥିଲେ। ଯାହାକୁ ନେଇ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଧୁସୁରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇଁ ଧୁସୁରୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବା ସହ ତଦନ୍ତ ଆରମ୍ଭ କରିଥିଲା। ସେହି ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ସ୍ଥାନୀୟ ଵଜାରରେ ୪ଜଣ ଦୋକାନୀଙ୍କୁ ଆକ୍ରମଣ କରି ରକ୍ତାତ କରିଦେଇଥିଲେ।
ଏଥିରେ ଭଟସାହିର ସୁଶାନ୍ତ ବେହେରା ଗୁରୁତ୍ୱର ହୋଇ କଟକ ସ୍ଥାନାନ୍ତରିତ ହୋଇଥିବା ବେଳେ ଅନ୍ୟ ୩ଜଣ ଭଦ୍ରକ ଡ଼ାକ୍ତରଖାନା ସ୍ଥାନାନ୍ତରିତ ହୋଇଥିଲେ। ଏହି ଘଟଣାକୁ ନେଇ ଉତେଜନା ଦେଖାଦେଇଥିଲା। ଏହାପରେ ବିଭିନ୍ନ ଛକରେ ସଧାରଣ ଲୋକଙ୍କୁ ଆକ୍ରମଣ କରାଯାଇଥିଲା। ଯାହାକୁ ନେଇ ଭଦ୍ରକ ପ୍ରଶାସନ ପକ୍ଷରୁ ଅଞ୍ଚଳରେ୧୬୩ ଧାରା ଲାଗୁ କରାଯାଇଛି। ତେବେ ଏନେଇ ଧାମନଗର ତହସିଲଦାର ଦୀପକ ଦାସ ପ୍ରତିକ୍ରିୟାରେ ରଖିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ଶାନ୍ତ ଅଛି। ଯଦି ପରିସ୍ଥିତି ବିଗିଡେ ତା ହେଲେ ଆଇନ ଅନୁସାରେ କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ।