ବାଙ୍ଗିରିପୋଷି: ମଦ ମାଫିଆଙ୍କ କବଜାରେ ବାଙ୍ଗିରିପୋଷି ଅଞ୍ଚଳ। ବର୍ତ୍ତମାନ ସମସ୍ତ ଗଳି କନ୍ଦିରେ ବଢୁଛି ଚୋରା ବେପାର। ବେଆଇନ ଭାବେ ବିକ୍ରି ହେଉଛି ବେଆଇନ ମଦ। ଏପରିକି ଧୀରେ ଧୀରେ ବଢ଼ିବାରେ ଲାଗିଛି ଅପରାଧିକ କାଯ୍ୟକଳାପ। ନିଶା କବଳରେ କବଳିତ ପ୍ରତ୍ୟକ ବର୍ଗର ଯୁବକ। ଏଠି ଅବକାରୀ ବିଭାଗ ଅଛି ସତ ହେଲେ ନିଶା କାରବାର ରୋକିବାରେ କୌଣସି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବା ସାଙ୍ଘାତିକ ଅଭିଯୋଗ ହୋଇଛି। ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ହୋଟେଲ, ଢ଼ାବା ଏବଂ ଦୋକାନ ମାନଙ୍କରେ ବିଦେଶୀ ମଦର କାରବାର ଚାଲିଥିବା ଅଭିଯୋଗ ହୋଇଛି।
ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀରେ ଅନେକ ସ୍ଥାନରେ ଲାଇସେନ୍ସ ପ୍ରାପ୍ତ ଠିପି ବନ୍ଦ ମଦ ଦୋକାନ ରହିଛି। ତେବେ ଅନେକ ମଦ ମାଲିକ ମାନେ ଗାଁ ଗାଁ ଶହ ସ୍ଥାନୀୟ ଅଞ୍ଚଳର ସମସ୍ତ ହୋଟେଲ ବ୍ୟବସାଇଙ୍କୁ ମଦ ଯୋଗାଉଛନ୍ତି। ବିଷାକ୍ତ ମଦ ପିଇ ଆଗରୁ ଅନେକ ଜୀବନ ଯାଇଥିବା ବେଳେ ମଦ ଯୋଗୁ ବାଙ୍ଗିରିପୋଷି ଅଞ୍ଚଳ ରେ ଅନେକ ଗରିବ ପରିବାର ସର୍ବଶାନ୍ତ ହୋଇଛନ୍ତି। ଗରିବ ଶ୍ରମିକ ଶ୍ରେଣୀର ଲୋକେ ନିଶାଗ୍ରୋସ୍ଥ ହେଇ ଅପରାଧିକ କାଯ୍ୟକଳାପରେ ସମ୍ପୃକ୍ତ ହେବା ନେଇ ମଧ୍ୟ ଅଭିଯୋଗ ହୋଇଛି। ତେବେ ନିଶା କାରବାରୀଙ୍କୁ ସାବଡ଼ କରିବା ପାଇଁ ଅବକାରୀ ବିଭାଗ ସହିତ ପୋଲିସ ପ୍ରଶାସନ ରହିଥିଲେ ସୁଦ୍ଧା ଅସାଧୁ କର୍ମଚାରୀଙ୍କ ପାଇଁ ଆଇନ କାର୍ଯ୍ୟକାରୀ ହୋଇପାରୁନାହିଁ। ଲାଞ୍ଚଖୋର ଅଧିକାରୀଙ୍କ ସହ ନିଶା ମାଫିଆଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି।