ଶ୍ରୀମନ୍ଦିର ପ୍ରତି ଚରମ ଅବହେଳା ପୁଣି ଦେଖିବାକୁ ମିଳିଛି। ଶ୍ରୀମନ୍ଦିରକୁ ସୁରକ୍ଷା ପ୍ରଦାନ କରୁଥିବା ମେଘନାଦ ପାଚେରୀର ଅନେକ ସ୍ଥାନରେ ଫାଟ ହୋଇ ପାଣି ଗଳୁଥିବା ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ସିଂହଦ୍ୱାର ପାଶ୍ୱ ଅର୍ଥାତ ନଙ୍ଗୁଳି ମଠ ନିକଟ ଏବଂ ଆଖ ପାଖ ସ୍ଥାନର ମେଘନାଦ ପାଚେରୀରେ ଅନେକ ଫାଟ ସୃଷ୍ଟି ହୋଇ ପାଣି ବାହାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେବେ ପୂର୍ବରୁ ଯେଉଁଭଳି ଭାବେ ପୂର୍ବ ସରକାର ASI ର ବିନା ଅନୁମତିରେ ପରିକ୍ରମା ମାର୍ଗର ନିର୍ମାଣ ପାଇଁ ବଡ଼ ବଡ ମେସିନ ଲଗାଇ ଖନନ କରିଥିଲେ। ଏହି ଖନନ ଫଳରେ ଅନେକ ଜାଗାରେ ଫାଟ ମଧ୍ୟ ସୃଷ୍ଟି ହୋଇଥିଲା। ତେବେ ମେଘନାଦ ପାଚେରୀରେ ପାଣି ବାହାରି ତୁଳସୀ ଗଛ ଉପରେ ପଡୁଛି। ଏପରିକି ସେଠାରେ ଥିବା ଧୂନିରେ ମଧ୍ୟ ଛିଟିକା ପଡୁଛି। ତେବେ ଯେଉଁ ପାଶ୍ୱର୍ରୁ ମେଘନାଦ ପାଚେରୀ ଦେଇ ପାଣି ଗଳୁଛି ଉକ୍ତ ସ୍ଥାନରେ ଆନନ୍ଦବଜାର ରହିଛି। ଯାହକୁ ନେଇ ମଠର ସାଧୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତେଣୁ ତୁରନ୍ତ ମଘନାଦ ପାଚେରୀର ଯାଞ୍ଚ କରାଯାଇ ତାହାର ଉଚିତ୍ ମରାମତି କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି।