ମୟୂରଭଞ୍ଜ : ପୁଣି ଏକ ହାତୀର ମୃତଦେହ ଉଦ୍ଧାର। ତେବେ ଏଭଳି ଅଘଟଣ ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ବାଙ୍ଗିରିପୋଷି ରେଞର ବାଲିଆଢିପା ଜଙ୍ଗଲରେ ଘଟିଛି। ମୃତ ହାତୀର ବୟସ ପାଖାପାଖି ୩୫ବର୍ଷ ହେଵ ବୋଲି ସୂଚନା ମିଳିଛି। ଗୁରୁବାର ସନ୍ଧ୍ୟାରେ ନିକଟସ୍ଥ ବିଲରେ ଧାନ ଖାଇବାକୁ ହାତୀପଲ ଆସିଥିଲେ କିନ୍ତୁ ଶୁକ୍ରବାର ସକାଳେ ଗ୍ରାମବାସୀ ନାଳ ନିକଟରେ ଗୋଟାଏ ହାତୀର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ। ତେବେ ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଞ୍ଚି ଅନୁଧ୍ୟାନ ଚଳାଇଛନ୍ତି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟକୁ ନେଇ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି।