ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ପରଜଙ୍ଗର ବିଭିନ୍ନ ଅଂଚଳରେ ହାତୀ ଉପଦ୍ରବ ଓ ଆତଙ୍କ ଉଗ୍ରରୂପ ଧାରଣ କରିଛି। ଗାଁ ଗାଁରେ ହାତୀ ପଲ ଘର ଭାଙ୍ଗିବା ସହ ଅନେକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଜିଲ୍ଲାର ଲୋଧଣୀ, ପାଳସାହି, ଡ଼ମୋଳ, କନ୍ଦରସିଂହା, କମର, ପାଟରପଦା, କୁମୁସି ଆଦି ଅଂଚଳରେ ପ୍ରତିଦିନ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ଏପରିକି ଲୋକମାନେ ଘରୁ ବାହାରିବା ପାଇଁ ଭୟ ପ୍ରକାଶ କରିଛନ୍ତି । ଜଟିଆ ଗାଁ ଭଳି ଗାଁରେ ଲୋକମାନେ ହାତୀ ଭୟରେ ଚାଷ କାର୍ଯ୍ୟ ମଧ୍ୟ ଛାଡି ଦେଇଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ତୁରନ୍ତ ବନ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି।