ନୂଆଦିଲ୍ଲୀ: ଲେବାନନରେ ହୋଇଥିବା ସିରିୟର ପେଜର୍ ବିସ୍ଫୋରଣରେ ଅନେକ ସହରରେ ଏକ ସମ୍ବେଦନଶୀଳତା ସୃଷ୍ଟି କରିଛି । ଏହି ଆକ୍ରମଣରେ ଇସ୍ରାଏଲ ସମ୍ପୃକ୍ତ ବୋଲି ହିଜବୁଲ ସଂଗଠନ ଦାବି କରିଛି । ତେବେ ଏହି ବିସ୍ଫୋରଣରେ ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲେବାନନ୍ ବିସ୍ଫୋଫରଣରେ କେରଳ ଲିଙ୍କ୍ ଥିବା କୁହାଯାଉଛି । କେରଳ ୱାୟନାଡର ଜଣେ ଯୁବକ ଏଥିପାଇଁ ତାଲିମ ନେଇଥିଲେ ବୋଲି କୁହାଯାଉଛି ।
ଲେବାନନରେ ପେଜର୍ ବିସ୍ଫୋରଣ ପାଇଁ କେରଳ ୱାୟନାଡର ରିନସୋନ୍ ଜୋଶ୍ (୩୭) ନାମକ ଜଣେ ବ୍ୟକ୍ତି ତାଲିମ ନେଇଥିଲେ । ରିନସନ କୋଟି କୋଟି ପେଜର ଦେଇଛି ବୋଲି ତଥ୍ୟ ସମ୍ନାକୁ ଆସିଛି । କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ସଂସ୍ଥା ଏବଂ କେରଳ ପୁଲିସ ରିନସନଙ୍କ ବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି । ପୁଲିସ ରିନସନର ପୈତୃକ ଗାଁକୁ ଯାଇ ପୁଲିସ ଖୋଳତାଡ଼ ଆରମ୍ଭ କରିଛି । ୱାୟନାଡର ମାନନ୍ତୱାଡ଼ୀ ନିକଟସ୍ଥ ଅଣ୍ଡୋୟାଗଡ଼ୀରେ ଯାଞ୍ଚ କରାଯାଉଛି । ଗଣମାଧ୍ୟମରେ ଖବର ପ୍ରକାଶିତ ହେବାର ତା ପରିବାର ସୁରକ୍ଷା ପାଇଁ ପୁଲିସ ଏହି ପଦକ୍ଷେପ ଗ୍ରହଣ କରିଛି ବୋଲି ଜିଲ୍ଲା ଏସପି ତାପୋଶ ବସୁମାଥରୀ କହିଛନ୍ତି ।
ରିନସନର ଜନ୍ମ ୱାୟନାଡର ମାନନ୍ତୱାଡ଼ୀ ନିକଟସ୍ଥ ଅଣ୍ଡୋୟାଗଡ଼ୀରେ । ପିତାଙ୍କ ନାମ ମୋଥେଦାସ ଜୋସ ଏବଂ ମାତାଙ୍କ ନାମ ଗ୍ରେସୀ ଜୋସ । ରିନସନ ପ୍ରଥମେ ସିଲେଇ କାମ କରୁଥିଲା । ଏହା ପରେ ନିଜ ଯାଆଁଳା ଭାଇ ସହିତ ବିଦେଶ ଚାଲି ଯାଇଥିଲା । ତାର ଭାଇ ଏବେ ଯୁକ୍ତ ରାଷ୍ଟ୍ରରେ କାମ କରୁଛି । ଭଉଣୀ ଆୟର୍ଲ୍ୟାଣ୍ଡରେ ନର୍ସ ଅଛି । ସେ ନିଜ ସ୍ତ୍ରୀ ସହିତ ନରୱେରେ ରହୁଛି । ୨୦୨୩, ନଭେମ୍ବରରେ ସେ ଶେଷ ଥର କେରଳ ଆସିଥିଲା ଏବଂ ୨୦୨୪ ଜାନୁୟାରୀରେ ଫେରି ଯାଇଥିଲା । ବିସ୍ଫୋରଣର ତିନି ଦିନ ପୂର୍ବରୁ ପରିବାର ଲୋକଙ୍କ ସହିତ କଥା ହୋଇଥିଲା ରିନସନ । ଏହା ପରେ ଶୁକ୍ରବାର ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ପରିବାର ଲୋକ ସମ୍ପର୍କ କରିବାକୁ ଚାହିଁଥିଲେ ଯୋଗାଯୋଗ ସମ୍ଭବ ହୋଇ ପାରି ନଥିଲା । ତାଙ୍କୁ ଫସାଇ ଦିଆଯାଇଛି ବୋଲି ପରିବାର ଲୋକ କହିଛନ୍ତି ।
ଲେବାନନ ସିରିୟଲ୍ ପେଜର ବିସ୍ଫୋରଣରେ ୨୦ ଜଣ ପ୍ରାଣ ହରାଇଥିବାବେଳେ ହଜାର ହଜାର ଲୋକ ଆହତ ହୋଇଛନ୍ତି ।