ଅଗରତାଲା: ବେଆଇନଭାବେ ପ୍ରବେଶ କରୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଧରିଛି ପୋଲିସ । ତ୍ରିପୁରାର ଖ୍ୱାଇ ଜିଲ୍ଲା ସୀମା ଦେଇ ପ୍ରବେଶ କରୁଥିବା ୪ ଜଣ ବାଂଲାଦେଶୀଙ୍କୁ ଗିରଫ କରାଯାଇଛି । ଏଥିରେ ସଂଶ୍ଳିଷ୍ଟ ଥିବା ଜଣେ ଭାରତୀୟଙ୍କୁ ମଧ୍ୟ ଗିରଫ କରାଯାଇଛି । ତେଲିୟାମୁରା ରେଳ ଷ୍ଟେସନ ନିକଟରେ ଏମାନଙ୍କୁ ଧରାଯାଇଛି ।
କାମ କରିବାକୁ ବାଂଲାଦେଶର ମୋଲବୀବାଜାର ଜିଲ୍ଲାରେ ୪ ଜଣ ତ୍ରିପୁରାର ଧର୍ମନଗରକୁ ଆସୁଥିଲେ । ଅନୁପ୍ରବେଶ ନେଇ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତେଲିୟାମୁରା ରେଳ ଷ୍ଟେସନ ନିକଟରେ ଅନୁପ୍ରବେଶକାରୀଙ୍କୁ ଧରିଛନ୍ତି । ସେମାନେ ହେଲେ ମୋଇନୁଦ୍ଦୀନ ମିୟାଁ, ରିମୋନ ମିୟାଁ, ରହୀମ ଅହମ୍ମଦ ଏବଂ ସୁମନ ମିୟାଁ । ସେମାନଙ୍କୁ ଏଥିରେ ସହଯୋଗ କରୁଥିବା ଧର୍ମଗନର ନିବାସୀ ଆମିର ଉଦ୍ଦୀନଙ୍କୁ ମଧ୍ୟ ପୋଲିସ ନିଜ କବଜାରେ ନେଇଛି । ସେମାନଙ୍କୁ ସ୍ଥାନୀୟ ଅଦାଲତରେ ହାଜର କରାଯାଇଛି । ସେମାନେ କେମିତି ଆସିଲେ ଏବଂ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏ ନେଇ ଅଧିକ ଖୋଳତାଡ଼ କରିବାକୁ ପୋଲିସ ୩ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିଛି ।
ବାଂଲାଦେଶରେ ସରକାର ପରିବର୍ତ୍ତନ ଏବଂ ହିଂସା କାରଣରୁ ଅନେକ ନାଗରିକ ଭାରତ ମୁହାଁ ହେଉଛନ୍ତି । ସେମାନଙ୍କୁ ରୋକିବାକୁ ଭାରତ ସରକାରଙ୍କ ପକ୍ଷରୁ ବାଂଲାଦେଶ ସୀମାକୁ ଲାଗିକରି ଥିବା ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।