୧୮୬୩ ମସିହା ଆଜିର ଦିନରେ କୋଲକାତା ସହରରେ ଜନ୍ମଗ୍ରହଣ କରିଥିଲେ ବିଶ୍ୱ ପ୍ରସିଦ୍ଧ ଆଧ୍ୟାତ୍ମିକ ଧର୍ମ ଗୁରୁ ସ୍ୱାମୀ ବିବେକାନନ୍ଦ । ବିଶ୍ୱଦରବାରରେ ସନାତନ ଧର୍ମକୁ ପ୍ରଚାର ଓ ପ୍ରସାର କରାଇବାରେ ତାଙ୍କର ଅବଦାନ ଅତୁଳନୀୟ । ସଂସାର ବିଷୟରେ ଜାଣିବା ପୂର୍ବରୁ ସେ ସନ୍ନ୍ୟାସୀ ହୋଇଯାଇଥିଲେ। ସେ ଯୁବାବସ୍ଥାରେ ଧର୍ମକୁ ପ୍ରଚାର ଓ ପ୍ରସାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କ ଜନ୍ମଦିନକୁ " ଜାତୀୟ ଯୁବ ଦିବସ " ଭାବେ ପାଳନ କରାଯାଏ ।
ସ୍ୱାମୀ ବିବେକାନନ୍ଦଙ୍କ ଧାରଣା ଏବଂ ଆଦର୍ଶ ବିସ୍ତାର କରିବାର ହେଉଛି ଆଜି ଦିନର ମୁଖ୍ୟ ଉଦ୍ଦେଶ୍ୟ। ଯୁବପିଢ଼ିମାନଙ୍କୁ ସ୍ୱାମୀ ବିବେକାନନ୍ଦଙ୍କ ଦୟା , ତ୍ୟାଗ ଓ କ୍ଷମା ବିଷୟରେ ଅବଗତ କରେଇବା ପାଇଁ ଆଜିର ଦିନ ପାଳନ କରାଯାଉଛି। ୧୯୮୪ରେ ଭାରତ ସରକାର ଆଜିର ଦିନକୁ ଜାତୀୟ ଯୁବ ଦିବସ ଭାବରେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ସେ ୧୮୯୩ ମସିହା ଆମେରିକାର ଚିକାଗୋ ବିଶ୍ୱଧର୍ମ ସମ୍ମିଳନୀରେ ହିନ୍ଦୁଧର୍ମର ପ୍ରତିନିଧିତ୍ୱ କରିଥିଲେ। ସେଠାରେ ସେ ହିନ୍ଦୁ ଧର୍ମ ଉପରେ ମର୍ମସ୍ପର୍ଶୀ ଭାଷଣଦେଇ ଇତିହାସ ରଚନା କରିବା ସହିତ ସମସ୍ତଙ୍କ ହୃଦୟରେ ରହିଯାଇଛନ୍ତି । ସେ ଗୁରୁ ଭାବରେ ନରେନ୍ଦ୍ର ରାମକୃଷ୍ଣ ପରମହଂସଙ୍କୁ ବରଣ କରିଥିଲେ। ତାଙ୍କ ପଥକୁ ଅନୁସରଣ କରି ସ୍ୱାମୀଜୀ ଜୀବନ ଯାତ୍ରା କରୁଥିଲେ।