ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟୀ ତାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରି ସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୨୯ ଜଣଙ୍କ ନାମ ସାମ୍ନାକୁ ଆସିଛି । ମୋଟ ୫୮ଟି ଆସନ ପାଇଁ ବିଜେପି ତାର ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛି । ଏହି ତାଲିକାରେ ନାମୀଦାମୀ ନେତାଙ୍କ ନାମ ଦେଖିବାକୁ ମିଳିଛି ।
ଦିଲ୍ଲୀ ବିଜେପିର ଉପାଧ୍ୟକ୍ଷ କପିଲ ମିଶ୍ରାଙ୍କୁ କରାୱାଲ ନଗରରୁ ଟିକେଟ୍ ମିଳିଛି । ସେ ଉକ୍ତ ଆସନ ପାଇଁ ପ୍ରତିନ୍ଦ୍ୱତିତା କରିବେ । ଏହି ଆସନରେ ପୂର୍ବରୁ ଲଢ଼ୁଥିବା ମୋହନ ସିଂହ ବିଷ୍ଟଙ୍କ ଟିକେଟ୍ କଟାଯାଇଛି । ତେବେ କପିଲ ମିଶ୍ର ପୂର୍ବରୁ ଆମ୍ ଆଦମୀ ପାର୍ଟୀରେ ଥିଲେ । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଆପ୍ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।
ସେହିପରି ନରେଲାରୁ ରାଜ କରଣ ଖତ୍ରୀ, ତିମାରପୁରରୁ ସୂର୍ଯ୍ୟ ପ୍ରକାଶ ଖତ୍ରୀ, ମୁଣ୍ଡକାରୁ ଗଜେନ୍ଦ୍ର ଦାରାଳ, କିରାରିରୁ ବଜରଙ୍ଗ ଶୁକ୍ଳା, ସୁଲତାନପୁର ମାଜରାରୁ କରମ ସିଂହ କର୍ମା, ଶକୁର ବସ୍ତି ଆସନରୁ କରମେଲ ସିଂହ, ତ୍ରିନଗର ଆସନରୁ ତିଲକ ରାମ ଗୁପ୍ତା, ସଦର ବଜାର ଆସନରୁ ମନୋଜ କୁମାର ଜିନ୍ଦଲ, ଚାନ୍ଦନୀ ଚୌକ ଆସନରୁ ସତୀଶ ଜୈନ, ମାଟି ମହଲରୁ ଦୀପ୍ତି ଇନ୍ଦୋର ଓ ବାଲିମରାନରୁ କମଲ ବାଗରୀ ନିର୍ବାଚନ ଲଢ଼ିବେ ।
ସେହିପରି ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ମଦନଲାଲ ଖୁରାନାଙ୍କ ପୁଅ ହରିଶ ଖୁରାନାଙ୍କୁ ମୋତି ନଗର ଆସନରୁ ବିଜେପି ଟିକେଟ୍ ଦେଇଛି । ମାଡିପୁର (ଏସସି) ରୁ ଉର୍ମିଳା କୈଳାସ ଗଙ୍ଗୱାଲ, ହରି ନଗରରୁ ଶ୍ୟାମ ଶର୍ମା, ତିଲକ ନଗରରୁ ଶ୍ୱେତା ସାଇନି, ବିକାଶପୁରୀରୁ ପଙ୍କଜ କୁମାର ସିଂହ, ଉତ୍ତମ ନଗରରୁ ପୱନ ଶର୍ମା, ଦ୍ୱାରକାରୁ ପ୍ରଦ୍ୟୁମ୍ନ ରାଜପୁତ, ମାଟିଆଲାରୁ ସନ୍ଦୀପ ସେହରାୱତ, ନଜଫଗଡ଼ରୁ ନୀଲମ ପେହଲୱାନ, ପାଲାମରୁ କୁଲଦୀପ ସୋଲାଙ୍କି, ରାଜେନ୍ଦ୍ର ନଗରରୁ ଉମଙ୍ଗ ବଜାଜ, କସ୍ତୁରବା ନଗରରୁ ନୀରଜ ବସୋୟା ଓ ତୁଗଲକାବାଦରୁ ରୋହତାସ ବିଧୁରଙ୍କୁ ପ୍ରାର୍ଥୀ କରିଛି ଦଳ ।