ଢାକା: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ବର୍ବରତା ଏବେ ସମସ୍ତେ ଜାଣନ୍ତି। କେତେବେଳେ ହିନ୍ଦୁମାନଙ୍କୁ ଟାର୍ଗେଟ କରାଯାଉଛି ତ କେତେବେଳେ ସେମାନଙ୍କ ମନ୍ଦିର ଉପରେ ଆକ୍ରମଣ ହେଉଛି। କେବଳ ହିନ୍ଦୁ ନୁହଁନ୍ତି, ଅନ୍ୟ ସଂଖ୍ୟାଲଘୁ ମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି। ଏହାକୁ ନିଜେ ମହମ୍ମଦ ୟୁନୁସ ସରକାର ସ୍ୱୀକାର କରିଛନ୍ତି। ତେବେ ଏହି ଆକ୍ରମଣ ପଛରେ କାହାର ହାତ ରହିଛି ତାହା ମଧ୍ୟ ସାମ୍ନାକୁ ଆସିଛି।
-ପୁଲିସ ରିପୋର୍ଟକୁ ଉଦାହରଣ ଦେଇ ୟୁନୁସ୍ ସରକାର ଶନିବାର କହିଛନ୍ତି ଯେ ଗତ ବର୍ଷ ଅଗଷ୍ଟ ୪ ତାରିଖରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଲଗାତାର ଆକ୍ରମଣ ଚାଲିଛି। -ତେବେ ଅଧିକାଂଶ ଆକ୍ରମଣ ରାଜନୈତିକ ପ୍ରକୃତିର ବୋଲି ସରକାର କହୁଛନ୍ତି। ସରକାର ସ୍ୱୀକାର କରିଛନ୍ତି ଯେ ଅଧିକାଂଶ ଆକ୍ରମଣ ‘ସାମ୍ପ୍ରଦାୟିକ’ ଥିଲା କିନ୍ତୁ ସେଥିମଧ୍ୟରୁ ଅଧିକାଂଶ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ଥିଲା।
-ସାମ୍ପ୍ରଦାୟିକ ହିଂସା ଅଭିଯୋଗକୁ ସିଧାସଳଖ ଗ୍ରହଣ କରିବା ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ସହ ଯୋଗାଯୋଗ ବଜାୟ ରଖିବା ପାଇଁ ପୋଲିସ ଏକ ହ୍ଵାଟସଆପ୍ ନମ୍ବର ମଧ୍ୟ ଜାରି କରିଛି।
ମୁଖ୍ୟ ଉପଦେଷ୍ଟା ମହମ୍ମଦ ୟୁନୁସ୍ କହିଛନ୍ତି ଯେ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ ନିକଟରେ ଦାବି କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ଯେ ଅଗଷ୍ଟ ୫ ତାରିଖରେ କ୍ଷମତାଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶ ଛାଡ଼ି ପଳାଇଯିବାର ଗୋଟିଏ ଦିନ ପୂର୍ବରୁ ୨୦୧୦ଟି ସାମ୍ପ୍ରଦାୟିକ ହିଂସା କାଣ୍ଡ ଘଟିଛି।
ରିପୋର୍ଟରେ କୁହାଯାଇଛି ଯେ ସମୁଦାୟ ହିଂସାକାଣ୍ଡ ମଧ୍ୟରୁ ୧୭୬୯ଟି ଘଟଣାକୁ ଆକ୍ରମଣ ଓ ଭଙ୍ଗାରୁଜା ଭାବେ ରେକର୍ଡ କରାଯାଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏପର୍ଯ୍ୟନ୍ତ ୬୨ଟି ମାମଲା ରୁଜୁ କରିବା ସହ ତଦନ୍ତ ଆଧାରରେ ଅତି କମ୍ରେ ୩୫ ଜଣ ଅପରାଧୀଙ୍କୁ ଗିରଫ କରିଛି। ତେବେ ଅଧିକାଂଶ ମାମଲାରେ ଏହି ଆକ୍ରମଣ ସାମ୍ପ୍ରଦାୟିକ ଉଦ୍ଦେଶ୍ୟରେ ହୋଇନଥିଲା ବରଂ ଏହା ରାଜନୈତିକ ଥିଲା ବୋଲି ଦାବି କରାଯାଇଛି।
ଅଧିକ ପଢ଼ନ୍ତୁ: ଥାନେରେ ୫ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ