ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ଦେଶ ପାଳିବ ୮୦ତମ ସ୍ୱାଧୀନତା ଦିବସ । ଏହି ଅବସରରେ ଦିଲ୍ଲୀ ଲାଲକିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସରେ ପ୍ରଥମ ଥର ପାଇଁ “ରାଷ୍ଟ୍ରୀୟ ଗୀତ” “ବନ୍ଦେ ମାତରମ୍” ଗାନ କରାଯିବ ।
80ତମ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବେ । ଦେଶ ବର୍ତ୍ତମାନ “ବନ୍ଦେ ମାତରମ୍”ର ୧୫୦ତମ ବର୍ଷ ପୂର୍ତ୍ତି ପାଳନ କରୁଛି । ସ୍ୱାଧୀନତା ଦିବସରେ ପ୍ରଥମ ଥର ପାଇଁ “ବନ୍ଦେ ମାତରମ୍” ଗାନ କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବିକଶିତ ଭାରତ ୨୦୪୭ରେ ଯୁବ ଶୁକ୍ତିଙ୍କ ଯୋଗଦାନ ବିଷୟବସ୍ତୁ ରହିଛି ।
ଚଳିତ ମୌସୁମୀ ଅଧିବେଶନରେ “ରାଷ୍ଟ୍ରୀୟ ଗୀତ” ବନ୍ଦେ ମାତରମର ସୁରକ୍ଷା ପାଇଁ ରାଷ୍ଟ୍ରୀୟ ସମ୍ମାନ (ସଂଶୋଧିତ) ବିଲ ପାରିତ ହୋଇଛି । ଜାତୀୟ ସଙ୍ଗୀତକୁ ଅପମାନ କଲେ ଯେଉଁ ଦଣ୍ଡବିଧାନ ରହିଛି ସେହି ଦଣ୍ଡ ରାଷ୍ଟ୍ରୀୟ ଗୀତକୁ ଅପମାନିତ କଲେ ମିଳିବ ।