ରାଞ୍ଚି: ଝାଡ଼ଖଣ୍ଡ ଛାତ୍ର ଆନ୍ଦୋଳନ ଏବେ ଜାତୀୟ ଖବର ପାଲଟି ଯାଇଛି । ଛାତ୍ର ଆନ୍ଦୋଳନ ମଧ୍ୟରେ ଝାଡ଼ଖଣ୍ଡ ଲୋକ ସେବା ଆୟୋଗର ପୂର୍ବତନ ଅଧ୍ୟକ୍ଷ ଏଲ୍ ଖୈଙ୍ଗତେ ଗିରଫ ହୋଇଛନ୍ତି । ସୋମବାର ଜେପିଏସସି ପୂର୍ବତନ ଅଧ୍ୟକକ୍ଷଙ୍କୁ କ୍ରାଇମବ୍ରାଞ୍ଚ ସିଆଇଡି ଗିରଫ କରିଛି ।
ଆଜି ଏଲ୍ ଖୈଙ୍ଗତେଙ୍କୁ ସିଆଇଡି ପ୍ରାୟ ସାତ ଘଣ୍ଟା ମାରାଥନ ଜେରା କରିବା ପରେ ଗିରଫ କରିଛି । ଏହା ସହିତ ୧୮ଟି ସ୍ଥାନରେ ଚଢ଼ଉ ମଧ୍ୟ ହୋଇଛି । ସେ ଜେପିଏସସି ପରୀକ୍ଷା ଅନିୟମିତତା ଅଭିଯୋଗ ଆସିବା ପରେ ଖୈଙ୍ଗତେ ଜୁଲାଇ ୨୨ ତାରିଖରେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଖୈଙ୍ଗତେ ଜେପିଏସସି ପରୀକ୍ଷା ପରିଚାଳନା ପାଇଁ କଳା ତାଲିକାଭୁକ୍ତ ଥିବା ଟିଡିପିଏଲ୍ କମ୍ପାନୀକୁ ଦାୟିତ୍ୱ ଦେଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ:-ଜନ୍ତରମନ୍ତର ଛାତ୍ର ଆନ୍ଦୋଳନ ଉପରେ ସଂସଦରେ ବିବୃତ୍ତି ରଖିବେ ଅମିତ ଶାହ
ସେଥିପାଇଁ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ଟିପିଡିଏଲ୍ କମ୍ପାନୀକୁ ଦିଆଯାଇଥିବା ସମସ୍ତ ପରୀକ୍ଷାକୁ ବାତିଲ କରିବାକୁ ଅଡ଼ି ବସିଛନ୍ତି । ଏହା ସହିତ ସିବିଆଇକୁ ତଦନ୍ତ ଭାର ଦେବାକୁ ଦାବି କରିଛନ୍ତି । ଆଜି ଆନ୍ଦୋଳନରତ ଛାତ୍ରଛାତ୍ରୀ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ଶେଷ ବ୍ୟାରିକେଡ୍ ପାଖରେ ସୁରକ୍ଷାକର୍ମୀଙ୍କ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଛନ୍ତି । ଛାତ୍ରଛାତ୍ରୀମାନେ ନ ମାନିବାରୁ ପୋଲିସ ବାଧ୍ୟ ହୋଇ ପାଣି ମାଡ଼ କରିଛି ।