ନୂଆଦିଲ୍ଲୀ: ଛାତ୍ର ଆନ୍ଦୋଳନକୁ ନେଇ ସଂସଦ କମ୍ପୁଛି । ଆଜି ଏନଡିଏର ସମସ୍ତ ସାଂସଦ କଂଗ୍ରେସ ବିରୋଧରେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । ଏନଡିଏ ସଂସଦୀୟ ଦଳ ବୈଠକ 'ମଙ୍ଗଳ ମିଳନ' ପରେ ଏହି ଶୋଭାଯାତ୍ରା କରାଯାଇଛି । ଯେଉଁଥିରେ ଏନଡିଏର ତମାମ ସାସଂଦଙ୍କୁ ଦେଖିବାକୁ ମିଳିଛି । ସମସ୍ତେ ହାତରେ ପ୍ଲାକାର୍ଡ ଧରି ସଂସଦ ଅଭିମୁଖେ ଯାତ୍ରା କରିଛନ୍ତି । ଏଥିରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ସାମିଲ ହୋଇଛନ୍ତି । ଛାତ୍ର ଆନ୍ଦୋଳନକୁ ଇଣ୍ଡି ମେଣ୍ଟ ରାଜନୀତିକରଣ କରିଥିବା ଶାସକ ଦଳ ଅଭିଯୋଗ କରିଛି ।
ଏନଡିଏ ଅଭିଯୋଗ କରିଛି ଯେ ଛାତ୍ର ଆନ୍ଦୋଳନ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଗୃହରେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ବିରୋଧୀ ଦଳ ଏହାକୁ କରିବାକୁ ଦେଉ ନାହାଁନ୍ତି । ଏନଡିଏ ସିଧାସଳଖ କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ୍ କରିଛନ୍ତି । ଗୃହ ମନ୍ତ୍ରୀଙ୍କ ଆଲୋଚନାରୁ ରାହୁଲ ଗାନ୍ଧୀ ପଳାୟନ କରୁଛନ୍ତି । ଝାଡ଼ଖଣ୍ଡରେ ଛାତ୍ରଙ୍କ ଉପରେ ହେଉଥିବା ଲାଠି ଚାର୍ଜ ଉପରେ କଂଗ୍ରେସ ଚୁପ ରହୁଛି । ଏହା ରାହୁଲ ଗାନ୍ଧୀଙ୍କର ଦୋମୁହାଁ ନୀତି ।
ଗତକାଲି ବିଜିନେସ୍ ଆଡ଼ଭାଇଜରୀ କମିଟି ବୈଠକରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସୂଚନା ଦେଇଥିଲେ ଯେ ଛାତ୍ର ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଶାହ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । କିନ୍ତୁ ଆଲୋଚନାରେ ଗୃହରେ ଶାନ୍ତି ବଜାୟ ରଖିବାକୁ ସେ ଆହ୍ୱାନ କରିଥିଲେ । ପରେ କଂଗ୍ରେସ ରାମ ମନ୍ଦିର ଚାନ୍ଦା ଚୋରି ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି ଉଠିଥିଲା ।