ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ପୂର୍ବରୁ ପୁଣି ଥରେ ଇନଷ୍ଟାଗ୍ରାମରେ ସକ୍ରିୟ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକ ଭିଡ଼ିଓ ଜାରି କରି “ହର୍ ଘର୍ ତ୍ରିରଙ୍ଗା” ପାଳନ କରିବାକୁ ମୋଦୀ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଆଜି ଇନଷ୍ଟାଗ୍ରାମରେ ଏକ ରିଲ୍ସ ପୋଷ୍ଟ କରିଛନ୍ତି । ମୋଦୀ ଆହ୍ୱାନ କରିଛନ୍ତି, ଆସନ୍ତୁ ୧୫ ଅଗଷ୍ଟକୁ ଗୌରବର ସହିତ ପାଳନ କରିବା । ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା । ବିକଶିତ ଭାରତର ସଂକଳ୍ପ ନେବା । ହର ଘର୍ ତ୍ରିରଙ୍ଗ, ଘରେ ଘରେ ତ୍ରିରଙ୍ଗା, ପ୍ରତି ମନରେ ତ୍ରିରଙ୍ଗା । ପ୍ରତି ଘରେ ତ୍ରିରଙ୍ଗା ଉଡ଼ାଇବାକୁ ଆହ୍ୱାନ କରିଛନ୍ତି ମୋଦୀ ।