ନୂଆଦିଲ୍ଲୀ: ଦେଶର ରାଜନୈତିକ ମଇଦାନରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ଆଗାମୀ ଦିନରେ ବିରୋଧୀ 'ଇଣ୍ଡିଆ' ମେଣ୍ଟକୁ ଏକ ବଡ଼ ଝଟ୍କା ଲାଗିପାରେ। ସୂତ୍ର ଅନୁସାରେ, ମେଣ୍ଟର ଏକ ପ୍ରମୁଖ ତଥା ପ୍ରଭାବଶାଳୀ ଆଞ୍ଚଳିକ ଦଳ ବିରୋଧୀ ଶିବିର ଛାଡ଼ି ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ସାମିଲ ହେବାକୁ ଯାଉଛି। ଏହି ଚର୍ଚ୍ଚା ମଧ୍ୟରେ ଜଣେ ପ୍ରମୁଖ ସାଂସଦଙ୍କ ବଡ଼ ବୟାନ ରାଜନୀତିକୁ ଆହୁରି ସରଗରମ କରିଦେଇଛି।
ରାଜନୈତିକ ମହଲର ଚାଲିଥିବା ଚର୍ଚ୍ଚା ଅନୁଯାୟୀ, ଶରଦ ପାୱାରଙ୍କ ନେତୃତ୍ୱାଧୀନ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି ଏନଡିଏ ଶିବିରକୁ ଫେରିବା ନେଇ ଜୋରଦାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ମେଣ୍ଟ ପ୍ରକ୍ରିୟା କୌଣସି ରାଜ୍ୟ ସ୍ତରରେ ନୁହେଁ, ବରଂ ସେଣ୍ଟ୍ରାଲ୍ କମାଣ୍ଡ ବା କେନ୍ଦ୍ରୀୟ ସ୍ତରରେ ଆଲୋଚନା ମାଧ୍ୟମରେ ଆଗକୁ ବଢ଼ୁଥିବା ଜଣାପଡ଼ିଛି।
ମନ୍ତ୍ରୀ ପଦକୁ ନେଇ ଅଙ୍କକଷା ଆରମ୍ଭ !
ସୂତ୍ର ଅନୁସାରେ, ଯଦି ଶରଦ ପାୱାରଙ୍କ ଗୋଷ୍ଠୀ ଏନଡିଏରେ ସାମିଲ ହୁଏ, ତେବେ ତାଙ୍କ ଦଳକୁ କେନ୍ଦ୍ର ସରକାରରେ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିପାରେ। କେବଳ ସେତିକି ନୁହେଁ, ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିବ। ରାଜ୍ୟ ସରକାରରେ ପାୱାରଙ୍କ ଦଳକୁ ୩ଟି କ୍ୟାବିନେଟ୍ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି।
ଅର୍ଥ ମନ୍ତ୍ରାଳୟ ଉପରେ ନଜର
ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ମହାରାଷ୍ଟ୍ର ସରକାରରେ ଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅର୍ଥ ମନ୍ତ୍ରାଳୟ ଶରଦ ପାୱାରଙ୍କ ଗୋଷ୍ଠୀକୁ ମିଳିପାରେ। ବର୍ତ୍ତମାନ ଏହି ବିଭାଗ ନିଜେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସଙ୍କ ପାଖରେ ରହିଛି। ଏହାପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୁନେତ୍ରା ଅଜିତ ପାୱାର ମଧ୍ୟ ଏହି ବିଭାଗ ଉପରେ ନିଜର ଦାବି ଉପସ୍ଥାପନ କରିଥିଲେ। ତେବେ ରାଜନୈତିକ ସମୀକ୍ଷକଙ୍କ କହିବା ଅନୁଯାୟୀ, ଶରଦ ପାୱାର ଗୋଷ୍ଠୀର ବରିଷ୍ଠ ନେତା ଜୟନ୍ତ ପାଟିଲଙ୍କ ପାଇଁ ଏହି ଅର୍ଥ ବିଭାଗକୁ ସୁରକ୍ଷିତ ରଖାଯାଇଛି, ଯେଉଁଥିପାଇଁ ଏହା ଏପର୍ଯ୍ୟନ୍ତ ଅନ୍ୟ କାହାକୁ ଆବଣ୍ଟନ କରାଯାଇ ନାହିଁ।
Also Read: ଟିମ୍ ଇଣ୍ଡିଆରୁ କାହିଁକି ବାଦ୍ ପଡ଼ିଲେ ସଞ୍ଜୁ ସାମସନ୍? କୋଚ୍ ଗୌତମ ଗମ୍ଭୀର, କହିଲେ- "ମୁଁ ତାଙ୍କୁ ସବୁ ସ୍ପଷ୍ଟ କରିଦେଇଛି..."