ନୂଆଦିଲ୍ଲୀ: ବିହାରରେ ବାଙ୍କୀପୁର ଆସନକୁ ବଜାୟ ରଖିବାକୁ ଭାରତୀୟ ଜନତା ପାର୍ଟୀ ପ୍ରାର୍ଥୀ ଘୋଷଣା କରିଦେଇଛି ।ମଙ୍ଗଳବାର ବାଙ୍କୀପୁର ଉପନିର୍ବାଚନ ପାଇଁ ବିଜେପି ଅଭିଷେକ କୁମାରଙ୍କୁ ପ୍ରାର୍ଥୀ କରିଛି । ଏ ନେଇ ବିଜେପି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ଗଡ଼ ଥିଲା ବାଙ୍କୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀ । କିନ୍ତୁ ନିତିନ ନବୀନ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଉକ୍ତ ଆସନ ଖାଲି ରହିଛି । ଯେଉଁଠାରେ ଉପନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ସେହି ଗଡ଼କୁ ବଜାୟ ରଖିବାକୁ ଶତ ଚେଷ୍ଟା କରିବ ।
ଉଲ୍ଲେଖ ଯୋଗ୍ୟ, ବିହାର, ମଧ୍ୟ ପ୍ରଦେଶ ଏବଂ ଗୁଜରାଟର ତିନି ବିଧାନସଭା ଆସନ ଉପନିର୍ବାଚନ ଅନୁଷ୍ଠିତ ହେବ । ଆଶାୟୀ ପ୍ରାର୍ଥୀମାନେ ୧୩ ଜୁଲାଇ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ଯାଞ୍ଚ ପ୍ରକ୍ରିୟା ୧୪ ଜୁଲାଇରେ ହେବାକୁ ଥିବାବେଳେ ୧୬ ଜୁଲାଇରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିବ । ଏହା ପରେ ୩୦ ଜୁଲାଇ ସକାଳ ୭ଟାରୁ ମତଦାନ ଆରମ୍ଭ ହେବ । ଅଗଷ୍ଟ ୩ ତାରିଖରେ ଫଳାଫଳ ଘୋଷଣା କରାଯିବ।