ଆଉ କିଛି ଘଣ୍ଟାର ଅପେକ୍ଷା । ଉତ୍ତରକାଶୀ ଟନେଲ୍ ଦୁର୍ଘଟଣାରେ ଫସିଥିବା ଶ୍ରମିକଙ୍କୁ ଉଦ୍ଧାର କରାଯିବ । ବାହାର ଦୁନିଆ ଦେଖିବେ ଶ୍ରମିକ ଆଜି କିଛି ସମୟ ପରେ ମିଳିପାରେ ବଡ଼ ସଫଳତା ମିଳିପାରେ । ୧୪ ଦିନରେ ପହଂଚିଛି ସୁଡ଼ଙ୍ଗରେ ଫସିରହିଥିବା ୪୧ ଜଣ ଶ୍ରମିକଙ୍କ ଉଦ୍ଧାରକାର୍ଯ୍ୟ ।
ତେବେ ଏନେଇ ଏକ ବଡ଼ ସୂଚନା ରହିଛି ଯେ ଟନେଲ୍ ଟ୍ରାଜେଡି: ଆଉ ଅଗର ମେସିନ ନୁହେଁ, ଆଗକୁ ହାତ କଟର ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳାଯିବ । ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିବା ଆକଳନ । ଅଗର ବାରମ୍ବାର ଫେଲ୍ ଯୋଗୁଁ ଆସିଲା ଭର୍ଟିକାଲ ଡ୍ରିଲିଂ ମେସିନ୍ । ଏଣିକି ଭର୍ଟିକାଲ ଡ୍ରିଲିଂ ବା ଟନେଲର ଉପରପଟୁ ଖୋଳିବା ପ୍ରକ୍ରିୟା ଆରମ୍ଭ ହେବ । ଏଥିପାଇଁ ମେସିନ୍ ଗୁଡ଼ିକୁ ପାହାଡ଼ର ଉପରପଟକୁ ନିଆଯାଇଛି । ସେହିପରି ପାହାଡ଼ର ଉପରକୁ ୨୦ରୁ ଅଧିକ ଶ୍ରମିକ ଯାଇ ଖୋଳାଖୋଳି ଜାରି ରଖିଛନ୍ତି । ଶ୍ରମିକଙ୍କୁ ଉଦ୍ଧାରର ଅନ୍ତିମ ମୁହୁର୍ତରେ ସମସ୍ୟା ସୃଷ୍ଟି ହୋଇଛି । ଯେଉଁଥିପାଇଁ ବିକଳ୍ପ ପନ୍ଥା ବାଛିଛି ଉଦ୍ଧାରକାରୀ ଦଳ । ତେବେ ବାରମ୍ବାର ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାରୁ ଶ୍ରମିକଙ୍କୁ ଉଦ୍ଧାର କରିବା କଷ୍ଟକର ହୋଇପଡ଼ିଛି । ଗତକାଲି ଅଗର ଡ୍ରିଲିଂ ମେସିନ ଆଗରେ ପୁଣି ଏକ ବାଧା ଆସିଥିଲା । ଏଯାବତ୍ ପ୍ରାୟ ୪୮ ମିଟର ରୁ ଅଧିକ ଖୋଳା ସରିଛି ଓ ଶ୍ରମିକଙ୍କ ପାଖରେ ପାଇପ ପହଞ୍ଚିବାକୁ ଆଉ ମାତ୍ର କିଛି ମିଟର ବାକି ଅଛି ବୋଲି ସୂଚନା ମିଳିଛି । ଶ୍ରମିକମାନେ ବାହାରିଲେ କିପରି ସେମାନଙ୍କୁ ପାଇପ ଭିତର ଦେଇ ଅଣାଯିବ ଗତକାଲି ତାର ଅଭ୍ୟାସ କରିଥିଲେ NDRF ଟିମ୍ ।
ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବା ଉଦ୍ଧାର କାର୍ଯ୍ୟରେ ବାରମ୍ବାର ବାଟ ଓଗାଳୁଛି ଅତି ଶକ୍ତ ପଥର, ଲୁହା ବିମ୍ ଓ ପାଇପ ଇତ୍ୟାଦି । ଫଳରେ ୨୫ ଟନ୍ ଓଜନ ଅଗର ଡ୍ରିଲିଂ ମେସିନର ଯନ୍ତ୍ରାଂଶ ଭାଙ୍ଗି ଯାଉଛି । ତଥାପି ଉଦ୍ଧାର ଅଭିଯାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୧୪ ଦିନରୁ ଅଧିକ ସମୟ ହେଲା ବାହାର ଦୁନିଆ ଦେଖିନାହାନ୍ତି ଫସିଥିବା ୪୧ ଶ୍ରମିକ ।
ଅନ୍ୟପଟେ ରେସ୍କ୍ୟୁ ଅପରେସନ ସରି ଆସୁଥିବା ବେଳେ, ଟନେଲ ବାହାରେ ଭିଡ଼ ଜମାଇଲେଣି ଫସିଥିବା ଶ୍ରମିକଙ୍କ ସଂପର୍କୀୟ ଓ ପରିବାର । ଓଡ଼ିଶାରୁ ମଧ୍ୟ କିଛି ଶ୍ରମିକଙ୍କ ସଂପର୍କୀୟଙ୍କୁ ରାଜ୍ୟ ଶ୍ରମ ବିଭାଗ ପକ୍ଷରୁ ବିମାନରେ ଉତ୍ତରାଖଣ୍ଡ ପଠାଇବାର ବ୍ୟବସ୍ଥା କରାଯାଇଛି । ଟନେଲରେ ଫସିଥିବା ୫ ଓଡ଼ିଆଙ୍କ ମଧ୍ୟରେ ମୟୂରଭଞ୍ଜରୁ ୩ ଜଣ ଏବଂ ଭଦ୍ରକ ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି । ଭଦ୍ରକ ବାସୁଦେବପୁରର ତପନ ମଣ୍ଡଳଙ୍କ ପରିବାର ଅପେକ୍ଷାରେ ଅଛନ୍ତି । ପୁଅର ଫଟୋ ଧରି ମା ଠାକୁରଙ୍କ ପାଖେ ଗୁହାରି କରୁଛି ପୁଅ କିପରି ସୁରକ୍ଷିତରେ ଟନେଲରୁ ଫେରିବ । ୫ ଓଡ଼ିଆ ଶ୍ରମିକଙ୍କୁ ଭେଟିବା ପାଇଁ ସେମାନଙ୍କ ପରିବାର ଲୋକେ ଆଜି ବିମାନ ଯୋଗେ ସେଠାକୁ ଯିବେ ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବସ୍ଥାହୋଇଛି ।
ଅଧିକ ପଢନ୍ତୁ :- ଆଉ କିଛି ଘଣ୍ଟାର ଅପରେସନ୍