ଉତ୍ତରାଖଣ୍ଡର ଏକ ଭୁଶୁଡ଼ି ପଡ଼ିଥିବା ଟନେଲରେ ଫସି ରହିଥିବା 41 ଜଣ କର୍ମଚାରୀଙ୍କ ନିକଟରେ ଏକ ସପ୍ତାହରୁ ଅଧିକ ଦିନ ଚେଷ୍ଟା କରିବା ପରେ ଆଜି ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏପର୍ଯ୍ୟନ୍ତ ପରବର୍ତ୍ତୀ ଖନନ କାର୍ଯ୍ୟ ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଟିମ୍ର ଜଣେ ସଦସ୍ୟ ହରପାଲ୍ ସିଂ ସୂଚନା ଦେଇଛନ୍ତି ଯେ, ତାଙ୍କ ଠାରୁ ଶ୍ରମିକମାନେ ଆଉ ମାତ୍ର ୧୨ ମିଟର ଦୂରରେ ଅଛନ୍ତି । ଉଦ୍ଧାର ଖବର ଶୁଣିବା ପରେ ତାଙ୍କ ପରିବାରକୁ ଆଶ୍ବସ୍ତି ମିଳିଛି । ୧୨ ଦିନ ପରେ ପୁଣି ଥରେ ଆଲୋକ ଦେଖିବେ ୪୧ ଶ୍ରମିକ । ଶ୍ରମିକମାନଙ୍କୁ ବାହାରକୁ ଆଣିବା ଲାଗି ପାଇପ୍ଲାଇନ୍ ଭର୍ତ୍ତି କରାଯାଉଛି। ସେଠାରେ ପ୍ରବେଶ କରାଯାଇଥିବା ଇସ୍ପାତ ପାଇପ୍ଗୁଡ଼ିକୁ କାଟି ବାହାର କରି ଦିଆଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପରେ ସେମାନଙ୍କୁ ତୁରନ୍ତ ଚିକିତ୍ସା ଦେବା ଲାଗି ଆଲର୍ଟରେ ରହିଛି ସ୍ବତନ୍ତ୍ର ଡାକ୍ତରୀ ଟିମ୍ । ତେବେ ସେଠାରେ ଶ୍ରମିକମାନେ କିପରି ଜୀବନ ଜାପନ କରୁଛନ୍ତି ତାହା ଜାଣିବା ପାଇଁ ସେଠାରେ ସିସିଟିଭି କ୍ୟାମେରା ପଠାଯାଇଥିଲା । ଏହାସହ ଟନେଲ ଭିତରର ଦୃଶ୍ୟ କଏଦ କରିଛି ପାଇପ ଜରିଆରେ ପଠାଯାଇଥିବା ସିସିଟିଭି କ୍ୟାମେରା ।