ଜୀବନରେ ସୁଖରେ ରହିବା ପାଇଁ ତିଆରି ହୋଇଥିଲା ଛାତ ଘର । ଆଜି ସେହି ଛାତ ଘର ନେଲା ଜୀବନ । ମୁଣ୍ଡ ଗୁଞ୍ଜିଥିବା ଛାତ ନେଲା ମୁଣ୍ଡ । ପ୍ରବଳ ବର୍ଷା ପ୍ରଭାବରୁ ଘରର ଛାତ ଭୁଶୁଡ଼ି ୨ ଜଣଙ୍କର ମୃତ୍ୟୁ ହୋଇଛି । ପରିବାରରେ ଅନ୍ୟ ଆଉ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ବିହାରର ନାଳନ୍ଦା ଜିଲ୍ଲା ଘଟିଛି ଏମିତି ଏକ ଦୁର୍ଘଟଣା । ନାଳନ୍ଦାରେ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ଲଗାତାର ବର୍ଷା ପ୍ରଭାବରେ ଏମିତି ଏକ ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ମୃତ ମହିଳା ଜଣକ ୨ଟି ଛୋଟ ପିଲାଙ୍କୁ ଧରି ଘରର କବାଟ ପାଖରେ ବସିଥିଲେ । ହଠାତ ସେହି ସମୟରେ ଘରର ଛାତ ଭୁଶୁଡ଼ିପଡିଥିଲା ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହେବାସହିତ ୨ ଜଣ ଗୁରୁତର ଆହତ ହୋଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଆଉ ୨ ଜଣ ଆହତ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ଘରଟି ୨ ବର୍ଷ ପୂର୍ବେ ତିଆରି ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ଦୁର୍ଘଟଣା ଘଟିବାର ସମସ୍ତ ତଥ୍ୟ ବିଷୟରେ ପଚାରଉଚରା କରିଥିଲା ।
ଆଗକୁ ପଢ଼ନ୍ତୁ: ମା’ ନେଲା ନିଜ ଶିଶୁ କନ୍ୟାର ଜୀବନ