ନୂଆଦିଲ୍ଲୀ: ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସୋମବାର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ଉପରେ ସଂସଦୀୟ କମିଟିକୁ ସୂଚନା ଦେଇଛନ୍ତି। ସୂତ୍ର ଅନୁଯାୟୀ, କମିଟିର ଅନେକ ସଦସ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟ୍ ବିଷୟରେ ତାଙ୍କୁ ପ୍ରଶ୍ନ ପଚାରିଥିଲେ ଯେ କଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ଟ୍ରମ୍ପଙ୍କ ମଧ୍ୟସ୍ଥତା ଯୋଗୁଁ ହୋଇଥିଲା କି?
ଏହି ପ୍ରଶ୍ନର ଉତ୍ତରର ବିକ୍ରମ ମିଶ୍ରୀ କହିଛନ୍ତି, "ଏହା ଠିକ୍ ନୁହେଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ଥିଲା।ଦୁଇ ଦେଶ ପରସ୍ପର ମଧ୍ୟରେ ଆଲୋଚନା କରି ଯୁଦ୍ଧବିରତି ଉପରେ ସହମତି ପ୍ରକାଶ ପାଇଥିଲା। ବିଶେଷ କରି ପାକିସ୍ତାନ ପକ୍ଷରୁ ନେହୁରା କରାଯାଇଥିଲା। ସେ କହିଛନ୍ତି ଜମ୍ମୁ ଏବଂ କାଶ୍ମୀର ପ୍ରସଙ୍ଗରେ ମନ୍ତବ୍ୟ ଦେବାର ଅନ୍ୟ କୌଣସି ଦେଶ ଅଧିକାର ନାହିଁ।" ଟ୍ରମ୍ପ ଆମକୁ ପଚାରି ମଧ୍ୟଭାଗକୁ ଡେଇଁ ନଥିଲେ, ଏବେ ଯଦି ସେ ହଠାତ୍ ଆସିଛନ୍ତି, ତେବେ ଆମେ କ'ଣ କରିପାରିବୁ ବୋଲି ବିକ୍ରମ ମିଶ୍ରୀ କହିଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ଅସ୍ତ୍ରବିରତିରେ ତାଙ୍କ ପ୍ରଶାସନର ଗୁରୁତ୍ଵପୂର୍ନଣ୍ଣ ଭୂମିକା ଥିଲା। ବୈଦେଶିକ ସଚିବ ପୁଣି ଥରେ ସ୍ପଷ୍ଟ କରିଛନ୍ତି ଯେ, ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ପାଇଁ ଦ୍ୱିପାକ୍ଷିକ ସ୍ତରରେ ସହମତି ପ୍ରକାଶ ପାଇଥିଲା। କିନ୍ତୁ ପରେ ଟ୍ରମ୍ପ କହିଥିଲେ, "ମୁଁ କହୁନାହିଁ ଯେ ମୁଁ ମଧ୍ୟସ୍ଥତା କରିଥିଲି। ମୁଁ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥିଲି।"
ତୃଣମୂଳ କଂଗ୍ରେସର ଅଭିଷେକ ବାନାର୍ଜୀ, କଂଗ୍ରେସର ରାଜୀବ ଶୁକ୍ଳା ଏବଂ ଦୀପେନ୍ଦର ହୁଡା, AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସି, ବିଜେପିର ଅପରାଜିତା ଷଡ଼ଙ୍ଗୀ ଏବଂ ଅରୁଣ ଗୋଭିଲ ଆଦି କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଂସଦୀୟ ବୈଦେଶିକ ବ୍ୟାପାର ସ୍ଥାୟୀ କମିଟି ବୈଠକରେ ଅଂଶଗ୍ରହଣ କରିଥିଲେ।