ନୂଆଦଲ୍ଲୀ ; ଭାରତୀୟ ନୌସେନା ପାଇଁ ଆଣ୍ଚି ସବମରିନ୍ ୱାରଫେୟାର ତିଆରି କରିବ ଗୌତମ ଆଦାନିଙ୍କ କଂମାନୀ 'ଆଦାନି ଡିଫେନ୍ସ ଆଣ୍ଡ ଏରୋସ୍ପେସ' । ଏହା ପାଇଁ ଆମେରିକା ଭିତ୍ତିକ କମ୍ପାନୀ ସ୍ପାର୍ଟନ ସହ ଚୁକ୍ତି କରିଛି ଆଦାନି । ଏପର୍ଯ୍ୟନ୍ତ ଏହି ସିଷ୍ଟମ ପାଇଁ ଅନ୍ୟ ଦେଶର ବଜାର ଉପରେ ନିର୍ଭରଶୀଳ ହେଉଥିଲା ଭାରତ ଏହି ଚୁକ୍ତି ଦ୍ବାର ଏବେ ଭାରତରେ ଏହି ସିଷ୍ଟମ ତିଆରି କରିବାକୁ ଯାଉଛି ।
ଏହି ସିଷ୍ଟମ ଦ୍ବାରା ବୁଡାଜାହଜ ଠାବ କରିବା ଓ ନଷ୍ଟ କରିବା ଭଳି ଜ୍ଞାନ କୌଶଳ ଘରୋଇ ବଜାରରେ ବିକଶିତ ହେବ । ସେହିପରି ବୁଡାଜାହଜର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିବ ଏହି ସବମରିନ ୱାରପେୟାର । ଯାହା ଫଳରେ ନୌସେନାର ଅଣ୍ଡରସି ଡୋମେନ ଆୱାରନେସ ରଣନୀତିର ଏକ ବିଷେଶ ଅଂଶ ଭାବେ ବିବେଚନା କରାଯାଇଥାଏ ।
ଭାରତୀୟ ନୌସେନା ଏକୀକୃତ ମିଶନ ରେଡି ସିଷ୍ଟମ ଏବଂ ବୁଡାଜାହାଜ ନିରୋଧୀ ସିଷ୍ଟମ ଯୋଗାଣ ଦିଗରେ ଏହି ସହଭାଗିତା ସହାୟକ ହେବ ବୋଲି ଆଦାନି ଏଣ୍ଟରପ୍ରାଇଜର ଉପସଭାପତି ଜିତ ଆଦାନି କହିଛନ୍ତି । ସ୍ବଦେଶୀ ଟେକନୋଲଜିରେ ଏହି ସିଷ୍ଟମ ବିକଶିତ ହେବେ।