ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିବା ମଧ୍ୟ ପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ମାମଲାରେ ସୁପ୍ରିମକୋର୍ଟ ଏସଆଇଟି ଗଠନ କରିଛନ୍ତି । ଏଥିରେ ମଧ୍ୟ ପ୍ରଦେଶ ବାହାରୁ ଜଣେ ମହିଳା ଅଧିକାରୀଙ୍କ ସହ ତିନି ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ସାମିଲ୍ କରାଯାଇଛି । କିନ୍ତୁ ବିଜୟ ଶାହଙ୍କୁ ଗୋଟିଏ ଆଶ୍ୱସ୍ତି ଦେଇ ତାଙ୍କର ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ ।
କୋର୍ଟ କହିଛନ୍ତି, ଆମେ ତିନି ଆଇପିଏସ ଅଧିକାରୀଙ୍କୁ ନେଇ ଏକ ଏଆଇଟି ଗଠନ କରୁଛୁ । ଏଥିରେ ଜଣେ ଆଇଜି କିମ୍ବା ଡିଆଇଜି ରାଙ୍କର ଅଧିକାରୀ ରହିବା ଉଚିତ୍ । ଏସଆଇଟି ସମସ୍ତ ସଦସ୍ୟ ରାଜ୍ୟ ବାହାରୁ ହେବା ଉଚିତ୍ । ଏହା ଏକ ଲିଟମସ ଟେଷ୍ଟ ଏବଂ ଆମେ ଚାହୁଁଛୁ ଏସଆଇଟି ତ୍ୱରିତ ତଦନ୍ତ କରି ରିପୋର୍ଟ ପ୍ରଦାନ କରନ୍ତୁ । ଏହା ଉପରେ ଆମେ କଡା ନଜର ରଖିବୁ । ଏହି ସମୟରେ କୋର୍ଟ ଶାହଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇ ତଦନ୍ତରେ ସହଯୋଗ କରିବାକୁ ଆଦେଶ ଦେଇଛନ୍ତି ।
ସୋମବାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ବିଜୟ ଶାହଙ୍କୁ ଭର୍ତ୍ସନା କରି ତାଙ୍କ କ୍ଷମା ପ୍ରାର୍ଥନାକୁ ସ୍ୱୀକାର କରିବାକୁ ମନା କରି ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ମନ୍ତ୍ରୀଙ୍କ ଦ୍ୱାରା ମଗା ଯାଇଥିବା କ୍ଷମା ପ୍ରାର୍ଥନାକୁ ସ୍ୱୀକାର କରିବାକୁ ଆମେ ପ୍ରସ୍ତୁତ ନୁହଁ । କୋର୍ଟ ଏହା ମଧ୍ୟ କହିଛନ୍ତି ଆମେ ଜଣେ ଜନ ପ୍ରତିନିଧି । ଅନୁଭବୀ ରାଜନୀତିଜ୍ଞ । ଆପଣଙ୍କୁ କିଛି କହିବା ପୂର୍ବରୁ ନିଜର ଶବ୍ଦ ଉପରେ ବିଚାର କରିବା ଉଚିତ୍ । ଆମେ ଆପଣଙ୍କ ଭିଡିଓକୁ ଏଠାରେ ଦେଖାଇବା ଉଚିତ୍ । ଏହା ସଶସ୍ତ୍ରବଳ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ । ଏମିତି ପ୍ରସଙ୍ଗରେ ଆମକୁ ବହୁତ ଦାୟିତ୍ୱ ସଂପନ୍ନ ହେବା ଦରକାର ।
ବାର ଆଣ୍ଡ ବେଞ୍ଚର ରିପୋର୍ଟ ମୁତାବ. ସୁପ୍ରିମକୋର୍ଟ କହିଛନ୍ତି, ଆପଣ କେଉଁ ଭଳି କ୍ଷମା ମାଗିବାକୁ ଚାହୁଁଛନ୍ତି ? କ୍ଷମାର ଏକ ଅର୍ଥ ଥାଏ । ବେଳେ ବେଳେ ନମ୍ର ଓ ଲୋକଦେଖାଣିଆ କ୍ଷମା ମଗାଯାଏ । ବେଳେ ବେଳେ କୁମ୍ଭୀର କାନ୍ଦଣା କ୍ଷମା ବି ମଗାଯାଏ । ଆପଣଙ୍କ କ୍ଷମା ଏଥି ମଧ୍ୟରୁ କେଉଁଟା ରହିଛି ।
ଓକିଲ ମନିନ୍ଦର ସିଂ କହିଛନ୍ତି, କ୍ଷମା ମଗାଯାଇଥିଲା ଏବଂ ଅଦାଲତ ସମ୍ମୁଖରେ ବି ମୋ ମହକିଲ କ୍ଷମା ମାଗିବାକୁ ପ୍ରସ୍ତୁତ । ଏହା ପରେ ସୁପ୍ରିମକୋର୍ଟ କହିଛନ୍ତି, ଆମକୁ କ୍ଷମା ମାଗିବାର ଆବଶ୍ୟକତା ନାହିଁ, ଏହା ଅବମାନନା ନୁହେଁ । ଆମେ ଏହାକୁ ଆଇନଗତ ପ୍ରକ୍ରିୟାରେ ସମ୍ଭାଳି ପାରିବେ । କେବଳ ଏଥିପାଇଁ ଯେ, ଆପଣ ଅଦାଲତ ଆସୁଛନ୍ତି ବୋଲି ଆପଣ କ୍ଷମା ମାଗିବାକୁ ଚାହୁଁଛନ୍ତି । ଆପଣ ଜଣେ ଜନପ୍ରତିନିଧି ଏବଂ ଅନୁଭବି ରାଜନୈତିଜ୍ଞ । ଆପଣଙ୍କୁ ନିଜ ଶବ୍ଦରେ ବିଚାର କରିବା ଉଚିତ୍ ।