ଭାଇରାଲ ଗର୍ଲ ମନୋଲିସାଙ୍କ ନୂଆ ଅବତାର, ମହାକୁମ୍ଭରେ ବିକୁଥିଲେ ରୁଦ୍ରାକ୍ଷ, ଏବେ ହୀରା ହାରା ପିନ୍ଧି କରୁଛନ୍ତି ଫଟୋସୁଟ୍ Khabar Odisha 19/05/2025 Share story: ମଧ୍ୟପ୍ରଦେଶ: ମହାକୁମ୍ଭ ମେଳାରେ ରୁଦ୍ରାକ୍ଷ ମାଳା ବିକି ରାତାରାତି ଇଣ୍ଟରନେଟ୍ ସେସସେସନ୍ ପାଲଟିଥିବା ଭାଇରାଲ ଗର୍ଲ ମୋନାଲିସା ଏବେ ନୂଆ ଅବତାରରେ ନଜର ଆସିଛନ୍ତି। ମୋନାଲିସା ଏବେ ନୂଆ ଫଟୋସୁଟ୍ କରିଛନ୍ତି, ଯାହା ପୁଣିଥରେ ଭାଇରାଲ ହେବାରେ ଲାଗିଛି। ତେବେ ତାଙ୍କର ଏହି ଫଟୋ ସୁଟ୍ ଅମେରା ଡାଇମଣ୍ଡସ୍ ପକ୍ଷରୁ ହୋଇଛି । ଆମେରା ଡାଇମଣ୍ଡସ୍ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ମହାକୁମ୍ଭର ଭାଇରାଲ ମୋନାଲିସାର ଅନ୍ତିମ ରୂପାନ୍ତର। ଏହି ଝିଅଟି ଭିଡ଼ଠାରୁ ଅଲଗା ହୋଇ ଝଲସୁଥିଲା, ଏବଂ ଏବେ ସାରା ବିଶ୍ୱ ତାକୁ ଦେଖୁଛି। ତେବେ ଫଟୋସୁଟ ଭିଡ଼ିଓରେ କଳାରଙ୍ଗର ବ୍ଲେଜର୍ ଏବଂ ପ୍ୟାଣ୍ଟ୍ ସାଙ୍ଗକୁ ହୀରାର ହାର , କାନଫୁଲ ଏବଂ ମୁଦି ପିନ୍ଧି ସେ ଖୁବ ସୁନ୍ଦର ଦିଶୁଛନ୍ତି । ଏହି ଫଟୋ ଭାଇରାଲ୍ ହେବା ପରେ ୟୁଜର୍ସ ସୋସିଆଲ୍ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ୍ ଦେଉଛନ୍ତି । ହୀରା ଭଳି ତାଙ୍କ ଭାଗ୍ୟ ଚମକୁଥିବା ନେଇ କେତେକ ୟୁଜର୍ସ କମ୍ପେଟରେ କହିଛନ୍ତି। କେମିତି ରାତାରାତି ଜଣେ ସାଧାରଣ ଝିଅର ଭାଗ୍ୟ ପରିବର୍ତ୍ତନ ହେଲା ଏହାକୁ ନେଇ ଚର୍ଚ୍ଚା ହେଉଛି । ମଧ୍ୟପ୍ରଦେଶର ମହେଶ୍ୱରର ଜଣେ ସାଧାରଣ ଝିଅ ମୋନାଲିସା ଭୋଁସଲେ ମହାକୁମ୍ଭରେ ମାଳା ବିକୁଥିଲେ। ତେବେ ତାଙ୍କର ସୁନ୍ଦର ହସ ଏବଂ ହରିଣୀ ଆଖିକୁ ନେଇ ବେଶ୍ ଚର୍ଚ୍ଚାକୁ ଆସିଥିଲେ। ଏହାପରେ ତାଙ୍କ ଭାଗ୍ୟ ଫିଟିଥିଲା। ଯେଉଁଠି ପାଇଁ ସିଧା ବଲିଉଡରୁ ମିଳିଥିଲା ତାଙ୍କୁ ଅଫର। ଆଉ ଏହାପରେ ଆରମ୍ଭ ହୋଇଯାଇଥିଲା ମେକଓଭର୍। ଗୋଟେ ପରେ ଗୋଟେ ଭିଡ଼ିଓ ଭାଇରାଲ ହେବାପରେ ଏବେ ତାଙ୍କ ଲାଟେଷ୍ଟ ଫଟୋସୁଟ୍ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଭିନ୍ନ ଲୁକରେ ନଜର ଆସିଛନ୍ତି। ନିଜର ଡସ୍କି ସ୍କିନ୍ ସାଙ୍ଗକୁ ଷ୍ଟାଇଲିସ୍ ଲୁକ୍ ରେ ସେ ଏହି ଫଟୋସୁଟ୍ କରିଛନ୍ତି। View this post on Instagram A post shared by Améra | Lab Diamond Jewelry (@ameradiamonds) Subhashree Sukla, , 19-05-2025 7:47PM ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବୁଲେଟ ଟ୍ରେନ ସ୍ପିଡରେ ବଢିଲା ରେଳଷ୍ଟକର ମାକେର୍ଟ; ୨୦ ଦିନରେ ନିବେଶକଙ୍କୁ କରିଦେଲା ମାଲେମାଲ୍ Subhashree Sukla | 19-05-2025 7:10PM କିଛି ଦିନର ହ୍ରାସ ପରେ ଏବେ ପୁଣି ସେୟାର ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ଅପରେସନ୍ ସିନ୍ଦୂର ପରେ ରେଳ ଓ ପ୍ରତିରକ୍ଷା ସେୟାର କିଛି ମାତ୍ରାରେ ହ୍ରାସ ପାଇଥିଲା, ହେଲେ ବର୍ତ୍ତମାନ ଏହା ୩୦% ବୃଦ୍ଧି ଘଟିଛି। Read More > ଚର୍ଚ୍ଚାରେ ଆଉ ଜଣେ ୟୁଟ୍ୟୁବର୍ ‘ଯାତ୍ରୀ ଡକ୍ଟର୍’, ଜ୍ୟୋତି ଏବଂ ପାକ୍ ହାଇକମିଶନଙ୍କ ସହ ଫଟୋ ଭାଇରାଲ Swagatika Sahoo | 19-05-2025 6:41PM ନୂଆଦିଲ୍ଲୀ: ସାରା ଦେଶରେ ଏବେ ଗୋଟିଏ ନାଁ ଚର୍ଚ୍ଚାରେ “ହରିୟାଣା ୟୁଟ୍ୟୁବର୍ ଜ୍ୟୋତି ମଲହୋତ୍ରା” । ଜ୍ୟୋତିଙ୍କ ପାକିସ୍ତାନୀ ଲିଙ୍କ୍ ସାମ୍ନାକୁ ଆସିବା ପରେ ତାଙ୍କ ସହିତ ଯେଉଁମାନେ ଜଡ଼ିତ ଅଛନ୍ତି ସେମାନେ ମଧ୍ୟ ଏବେ ଅଡ଼ୁଆରେ ପଡ଼ିଛନ୍ତି । ଏବେ ‘ଯାତ୍ରୀ ଡକ୍ଟର’ ନାମରେ ଆଉ ଜଣେ ବ୍ଲଗର୍ ତଥା ୟୁଟ୍ୟୁବରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଯିଏ ଗୁଇନ୍ଦା ବିଭାଗ ଦ୍ୱାରା ଜେରା ସମ୍ମୁଖୀନ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । Read More > ପିକନିକ୍ ସାଜିିଲା କାଳ; ଜଳପ୍ରପାତରେ ଗାଧେଇବା ବେଳେ ବୁଡ଼ିଗଲେ RIMSର ୪ ଡାକ୍ତର, ଜଣେ ମୃତ Subhashree Sukla | 19-05-2025 6:38PM ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିର ସବୁଠୁ ବଡ଼ ହସ୍ପିଟାଲ ରିମ୍ସର ଜଣେ ଡାକ୍ତର ଜଳପ୍ରପାତରେ ବୁଡ଼ି ପ୍ରାଣ ହରାଇଛନ୍ତି। Read More > ଅଦିନିଆ ବର୍ଷାରେ ବେଙ୍ଗାଲୁରୁର ସ୍ଥିତି ସଙ୍ଗୀନ; ଅନେକ ଅଞ୍ଚଳ ଜଳମଗ୍ନ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ବନ୍ୟା ପାଣି Subhashree Sukla | 19-05-2025 6:24PM ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ହୋଇପଡିଛି କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସହର । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। Read More > ଖୁବ୍ ଶୀଘ୍ର ପୁରୀ ଆସି ତଦନ୍ତ କରିବ ଏନ୍ଆଇଏ, ପ୍ରିୟଙ୍କା ସେନାପତିଙ୍କୁ ପୁରୀ ନ ଛାଡି ଯିବାକୁ ନିର୍ଦ୍ଦେଶ Subhashree Sukla | 19-05-2025 5:48PM Read More > ‘ଭାରତ ଧର୍ମଶାଳା ନୁହେଁ’, ବିଶ୍ୱର ଶରଣାର୍ଥୀଙ୍କ ମନୋଞ୍ଜନ କରିପାରିବୁ Swagatika Sahoo | 19-05-2025 4:41PM ନୂଆଦିଲ୍ଲୀ: ଭାରତ ଏକ ଧର୍ମଶାଳା (ମାଗଣା ଆଶ୍ରୟସ୍ଥଳ) ନୁହେଁ ଯାହା ସାରା ବିଶ୍ୱର ଶରଣାର୍ଥୀଙ୍କୁ ଆଶ୍ରୟ ଦେଇପାରିବ । ଜଣେ ଶ୍ରୀଲଙ୍କା ନାଗରିକଙ୍କୁ ଆଶ୍ରୟ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଏପରି କହିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । Read More > ଭାରତୀୟ ନୌସେନା ପାଇଁ ଆଣ୍ଟି ସବମରିନ ୱାରପେୟାର ସିଷ୍ଟମ ତିଆରି କରିବ ଆଦାନି Umakant Das | 19-05-2025 4:20PM ଭାରତୀୟ ନୌସେନା ପାଇଁ ଆଣ୍ଚି ସବମରିନ୍ ୱାରଫେୟାର ତିଆରି କରିବ ଗୌତମ ଆଦାନିଙ୍କ କଂମାନୀ 'ଆଦାନି ଡିଫେନ୍ସ ଆଣ୍ଡ ଏରୋସ୍ପେସ' । ଏହା ପାଇଁ ଆମେରିକା ଭିତ୍ତିକ କମ୍ପାନୀ ସ୍ପାର୍ଟନ ସହ ଚୁକ୍ତି କରିଛି ଆଦାନି । ଏପର୍ଯ୍ୟନ୍ତ ଏହି ସିଷ୍ଟମ ପାଇଁ ଅନ୍ୟ ଦେଶର ବଜାର ଉପରେ ନିର୍ଭରଶୀଳ ହେଉଥିଲା ଭାରତ ଏହି ଚୁକ୍ତି ଦ୍ବାର ଏବେ ଭାରତରେ ଏହି ସିଷ୍ଟମ ତିଆରି କରିବାକୁ ଯାଉଛି । Read More > ମନ୍ତ୍ରୀ ବିଜୟ ଶାହଙ୍କ ବିରୋଧରେ ଏସଆଇଟି ଗଠନ କଲେ ସୁପ୍ରିମକୋର୍ଟ, ଦେଲେ ଗୋଟିଏ ଆଶ୍ୱସ୍ତି Bhakta Samantaray | 19-05-2025 2:26PM ନୂଆଦିଲ୍ଲୀ: କର୍ଣ୍ଣେଲ ସୋଫିଆ କ୍ୟୁରେସିଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ କରିଥିବା ମଧ୍ୟ ପ୍ରଦେଶର ମନ୍ତ୍ରୀ ବିଜୟ ଶାହଙ୍କ ମାମଲାରେ ସୁପ୍ରିମକୋର୍ଟ ଏସଆଇଟି Read More > ଭୂକମ୍ପର ଝଟକାରେ ଥରିଲା ହିମାଚଳ ପ୍ରଦେଶ, ରିକ୍ଟର ସ୍କେଲରେ ତ୍ରୀବତା ରହିଛି ୩.୩ Subhashree Sukla | 19-05-2025 1:44PM ଆଜି (ସୋମବାର) ହିମାଚଳ ପ୍ରଦେଶରେ ଭୂକମ୍ପ ହୋଇଛି । ରାଜ୍ୟର ଚମ୍ପା ଜିଲ୍ଲାରେ ଭୂକମ୍ପ ଅନୁଭୂତ ହୋଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସମୋଲୋଜି (NCS) ଅନୁଯାୟୀ, ଏହି ଭୂମିକମ୍ପ ସକାଳ ୧୦:୪୪ ରେ ହୋଇଥିଲା Read More > ଯୁଦ୍ଧରେ ପାକିସ୍ତାନ ପାଇଁ ଭାରତର ଗୁଇନ୍ଦାଗିରି କରୁଥିଲା ଚୀନ, ନୂଆ ରିପୋର୍ଟରୁ ବଡ ଖୁଲାସା Bhakta Samantaray | 19-05-2025 1:13PM ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ଭାରତୀୟ ସେନା ପାକିସ୍ତାନକୁ ଚିତ୍ କରିବା ପରେ ବି ଏହି ପଡୋଶୀ ଦେଶର ମୁହଁଟାଣ ଯାଇନି । ଏହା ମଧ୍ୟରେ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି, ଯେଉଁଥିରେ କୁହାଯାଇଛି ଯେ, ଲଢେଇ ସମୟରେ ଚୀନ ପାକିସ୍ତାନ ପାଇଁ ଭାରତର ଗୁଇନ୍ଦାଗିରି Read More > ପ୍ରଫେସର ମହମୁଦାବାଦଙ୍କ ଯାଚିକା ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ Bhakta Samantaray | 19-05-2025 12:45PM ନୂଆଦିଲ୍ଲୀ: ଅଶୋକା ବିଶ୍ୱ ବିଦ୍ୟାଳୟର ସହାୟକ ପ୍ରଫେସର ତଥା ରାଜନୀତି ବିଜ୍ଞାନର ପ୍ରମୁଖ ଅଲୀ ଖାନ ମହମୁଦାବାଦଙ୍କୁ ଦେଶବିରୋଧୀ ବୟାନ ପାଇଁ ଗିରଫ କରାଯାଇଛି । ତେବେ ତାଙ୍କ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଦାଖଲ ଆବେଦନ ଉପରେ ଶୁଣାଣି କରିବାକୁ Read More > ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା କାହିଁକି ପାକିସ୍ତାନ ପାଇଁ ଗୁପ୍ତଚର କରୁଥିଲେ? Lipika Pradhan | 19-05-2025 12:35PM ଭାରତ ଓ ପାକିସ୍ତାନ ମଧ୍ୟରେ ଗତମାସ ୨୨ ତାରିଖ ଠାରୁ ଉତ୍ତେଜନା ଜାରି ଥିବା ବେଳେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ପୂରା ବିଶ୍ବରେ ଚର୍ଚ୍ଚାର ପରିସରକୁ... Read More > Tweets by Khabar Odisha Recent ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ , କାଲିଠାରୁ ବଦଳିବ ପାଗ କଟକଣା ସତ୍ବେ ଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ଭାଇରାଲ ଗର୍ଲ ମନୋଲିସାଙ୍କ ନୂଆ ଅବତାର, ମହାକୁମ୍ଭରେ ବିକୁଥିଲେ ରୁଦ୍ରାକ୍ଷ, ଏବେ ହୀରା ହାରା ପିନ୍ଧି କରୁଛନ୍ତି ଫଟୋସୁଟ୍ ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ ନିମନ୍ତେ ପରମାଣୁ ଶକ୍ତି ଉପଯୋଗର ଆବଶ୍ୟକତା ରହିଛି ଭିଡିଓ ସାଧାରଣ ଗୃହିଣୀରୁ ପାଲଟିଛନ୍ତି ସଫଳ ଉଦ୍ୟୋଗୀ |