ଭୁବନେଶ୍ୱର : କଟକଣା ଭିତରେ ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଉଡ଼ିଲା ଡ୍ରୋନ । ସୋମବାର ଅପରାହ୍ନ ୫ଟା ୧୫ରୁ ୫ଟା ୩୦ ପର୍ଯ୍ୟନ୍ତ ପ୍ରାୟ ୧୫ ମିନିଟ୍ ଏହି ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଡ୍ରୋନ ଉଡ଼ିବା ନେଇ ଡିଜିପିଙ୍କ ପୂର୍ବରୁ କଟକଣା ରହିଥିଲା । ଏହା ସତ୍ତ୍ବେ ମଧ୍ୟ ଉଡ଼ିଛି ଡ୍ରୋନ୍। ଏହା ଦେଖିବା ପରେ ପୋଲିସକୁ ମନ୍ଦିର ସେବାୟତ ଅବଗତ କରିଥିଲେ । ତେବେ ଏହି ଡ୍ରୋନ କିଏ କାହିଁକି ଉଡ଼ାଇଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ମନ୍ଦିର ସୁରକ୍ଷାକୁ ନେଇ ସ୍ଥାନୀୟ ବାସିନ୍ଦା ଚିନ୍ତାପ୍ରକଟ କରିଛନ୍ତି।
ଗୋଟିଏ ପଟେ ପାକିସ୍ତାନୀ ଗୁପ୍ତଚରଙ୍କ ପୁରୀ ଲିଙ୍କକୁ ପୋଲିସ ତନାଘନା ଜାରି ରଖିଥିବା ବେଳେ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଉପରେ ଡ୍ରୋନ ଉଡ଼ିବା ପ୍ରସଙ୍ଗ ଏବେ ଆହୁରି ସଙ୍ଗୀନ କରିଛି।