କଟକ: କଟକ କାଠଯୋଡ଼ିରୁ ଉଦ୍ଧାର ହେଲା ଆଉ ଜଣେ ଯୁବ ଇଞ୍ଜିନିୟରଙ୍କ ମୃତଦେହ । ମୃତ ଯୁବକ ଜଣକ ହେଉଛନ୍ତି ଋତିକ ଭଞ୍ଜିନି । ଗତକାଲି ଠାରୁ ସେ ନିଖୋଜ ଥିବା ବେଳେ ଆଜି(ସୋମବାର) ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଗତକାଲି ଇଞ୍ଜିନିୟର ରୀତିକେଶ ମାତଲ୍ ଙ୍କ ମୃତ ଦେହ ଉଦ୍ଧାର କରିଥିଲା ଅଗ୍ନିଶମ ବାହିନୀ ।
ରବିବାର ଅପରାହ୍ନ ୩ଟା ସମୟରେ ଦୁଇଜଣ ଯୁବ ଇଞ୍ଜିନିୟର ସାଙ୍ଗ କାଠଯୋଡି ନଦୀରେ ଗାଧୋଇବାକୁ ଯାଇଥିଲେ। ତେବେ ଗାଧେଇବା ବେଳେ ନଦୀରେ ବୁଡ଼ିଯାଇ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ଏନଡିଆରଏଫ ଟିମ୍ ଗତକାଲି ରୀତିକେଶଙ୍କ ମୃତଦେହ ଉଦ୍ଧାର କରିଥିଲା। ହେଲେ ଋତିକ ନିଖୋଜ ଥିବା ବେଳେ ଆଜି ତାଙ୍କ ଶବ ଉଦ୍ଧାର କରାଯାଇଛି । ତେବେ ୨ ଜଣ ସାଙ୍ଗ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ ପ୍ରକଳ୍ପରେ କାର୍ଯ୍ୟରତ ଘରୋଇ ନିର୍ମାଣ କମ୍ପାନୀ ଏଲ୍ ଆଣ୍ଡ ଟିରେ ନିଯୁକ୍ତ ଥିଲେ। ଦୁହେଁ ସି.ଡି.ଏ ଅଞ୍ଚଳରେ ମେସ କରି ରହୁଥିଲେ। ଗତକାଲି ଛୁଟି ଥିବାରୁ ନଦୀକୁ ଗାଧୋଇ ବାକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି ।