ବରଗଡ଼: ବରଗଡ଼ରେ ୨୦୨୦ ମସିହାରେ ଘଟିଥିବା ଏକ ଦୁର୍ଷ୍କମ ମାମଲାର ରାୟ ଆଜି (ସୋମବାର) ପ୍ରକାଶ ପାଇଛି । ଏହି ମାମଲାରେ ଅତିରିକ୍ତ ଜିଲା ଦୌରା ଜଜ୍ ତଥା ସ୍ବତନ୍ତ୍ର ପୋକ୍ସୋ ଜଜ୍ ଅଭିଯୁକ୍ତ ବାପାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୧୦ ଲକ୍ଷ କ୍ଷତିପୂରଣ ଦେବା ଦିଗରେ ପଦକ୍ଷେପ ନେବାକୁ ଡିଏଲ୍ଏସ୍ଏଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାରେ ୧୮ ଜଣଙ୍କ ସାକ୍ଷ୍ୟ ଗ୍ରହଣ ପରେ କୋର୍ଟଙ୍କ ରାୟ ପ୍ରକାଶ ପାଇଥିଲା।
ସୂଚନା ମୁତାବିକ, ବରଗଡ଼ର ଏହି ମାମଲା ୨୦୨୦ ମସିହାରେ ଘଟିଥିଲା । ଏକ ନାବାଳିକାଙ୍କ ସହ ତା’ର ବାପା ଏମିତି ଘୃଣ୍ୟ କାମ କରିଥିବା ନେଇ ମାମଲା କରାଯାଇଥିଲା । ନାବାଳିକା ଝିଅଟି ନିଜ ସର୍ମ୍ପକୀୟଙ୍କ ଆଗେ ଏନେଇ ଜଣାଇବା ପରେ ପୂରା ମାମଲା ସାମ୍ନାକୁ ଆସିଥିଲା । ତେବେ ଏନେଇ ମାମଲା ଦାଏର ହେବା ମାତ୍ରେ ପୋଲିସ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ନାବାଳିକାର ଡାକ୍ତରୀ ମାଇନା କରାଯାଇଥିଲା । ଏହି ମାମଲାରେ ୧୮ ଜଣ ସାକ୍ଷ୍ୟ ଆଧାରରେ କୋର୍ଟ ଏହି ରାୟ ଶୁଣାଇଛନ୍ତି ।
ଏହି ରାୟ ଶୁଣାଇବା ବେଳେ ବିଚାରପତି କହିଛନ୍ତି, ‘ଏହି ମାମଲା ବିଶ୍ୱାସଘାତକ ଏବଂ ମାନବତା ବିରୋଧୀ କାର୍ଯ୍ୟ ବୋଲି ସଂଜ୍ଞା ଦେଇଛି । ଜଣେ ପିତା ନିଜ ଶିଶୁର ସୁରକ୍ଷା କରିଥାଏ । କିନ୍ତୁ ଯେତେବେଳେ ସେଇ ପିତା ସୁରକ୍ଷା କରିବା ପରିବର୍ତ୍ତେ ନିଜେ ଘାତକ ସାଜେ, ସେତେବେଳେ ସବୋର୍ଚ୍ଚ ଦଣ୍ଡର ଆବଶ୍ୟକତା ରହିଛି” ।