ନୂଆଦିଲ୍ଲୀ: ସୋମବାର ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସଂସଦୀୟ ସ୍ଥାୟୀ କମିଟିକୁ ଅପରେସନ ସିନ୍ଦୂର ଏବଂ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ଉତ୍ତେଜନା ସମ୍ପର୍କରେ ସୂଚନା ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ସଂସଦୀୟ କମିଟିକୁ କହିଛନ୍ତି, ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ଉପଯୁକ୍ତ ଜବାବ ଦେଇଛି। ଅପରେସନ ସିନ୍ଦୂରରେ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଛି। ବିକ୍ରମ ସଚିବ ଏହା ମଧ୍ୟ କହିଛନ୍ତି ଯେ ପାକିସ୍ତାନକୁ ଆକ୍ରମଣ ବିଷୟରେ ସୂଚନା ଦିଆଯାଇଥିଲା।
ସଂସଦୀୟ କମିଟିର ନେତୃତ୍ୱ କଂଗ୍ରେସ ସାଂସଦ ଶଶି ଥରୁର ନେଉଛନ୍ତି। ଏହି କମିଟି ଭାରତୀୟ ସେନାର ଅପରେସନ ସିନ୍ଦୂର ପରେ କୂଟନୈତିକ, ସାମରିକ ଏବଂ ଆଞ୍ଚଳିକ ପ୍ରଭାବ ଉପରେ ପୂରା ଦୁନିଆକୁ ଅବଗତ କରାଇବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ଯୋଗୁଁ ସୀମାପାର ଉତ୍ତେଜନା ବୃଦ୍ଧି ପାଇବା ଏବଂ ଭାରତର ଆକ୍ସନ ପରେ ଏହି ବୈଠକ ବସିଥିଲା।
ବୈଠକ ସମୟରେ ସଂସଦୀୟ କମିଟିର କିଛି ସଦସ୍ୟ ବିକ୍ରମ ମିଶ୍ରଙ୍କୁ ପଚାରିଥିଲେ ଯେ ପାକିସ୍ତାନ ଦ୍ୱାରା କୌଣସି ପ୍ରକାରର ପରମାଣୁ ଆକ୍ରମଣ ଧମକ ଦିଆଯାଇଥିଲା କି? ଏହା ଉପରେ ବୈଦେଶିକ ସଚିବ କହିଛନ୍ତି ଯେ ପାକିସ୍ତାନ ଦ୍ୱାରା କୌଣସି ପ୍ରକାରର ପରମାଣୁ ଆକ୍ରମଣ ଧମକ ଦିଆଯାଇନାହିଁ।
କମିଟିର ସଦସ୍ୟ ଏହା ମଧ୍ୟ ପ୍ରଶ୍ନ କରିଥିଲେ କଣ ପାକିସ୍ତାନ ସଂଘର୍ଷ ସମୟରେ ଚୀନ୍ ଅସ୍ତ୍ର ବ୍ୟବହାର କରିଛି କି? ଏହାର ଉତ୍ତରରେ ବୈଦେଶିକ ସଚିବ କହିଛନ୍ତି ଯେ ପାକିସ୍ତାନ ଯେକୌଣସି ଅସ୍ତ୍ର ବ୍ୟବହାର କରିଥିଲେ ହେଂ ଆମର ସେନା ଏହାର ଉପଯୁକ୍ତ ଜବାବ ଦେଇଛନ୍ତି। ବୈଦେଶିକ ସଚିବ ବିକ୍ରମ ମିଶ୍ର ସଂସଦୀୟ କମିଟିକୁ କହିଛନ୍ତି ଯେ ଆତଙ୍କବାଦୀଙ୍କ ପାକିସ୍ତାନର ସାମରିକ ଗୁଇନ୍ଦା ସଂସ୍ଥା ଏବଂ ପାକିସ୍ତାନ ପ୍ରଶାସନ ମଧ୍ୟରେ ସୁସମ୍ପର୍କ ରହିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨୨ରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀମାନେ ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏହା ପରେ ଭାରତ ଅପରେସନ ସିନ୍ଦୁର ଆଧାରେରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନ ଏବଂ ଅଧିକୃତ କାଶ୍ମୀରରେ ୯ଟି ଆତଙ୍କୀ କେନ୍ଦ୍ରକୁ ଏୟାର ଷ୍ଟ୍ରାଇକ କରି ଧ୍ଵଂସ କରିଥିଲା। ଏତିରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପରେ ଦୁଇ ଦେଶ ମଧ୍ୟରେ ଚାରି ଦିନ ଧରି ସାମରିକ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା।