ଭୁବନେଶ୍ୱର: ପ୍ରଥମେ ନିଲମ୍ବନ କଲେ । ଆଉ ଏବେ ରାଜ୍ୟସଭା ନିର୍ବାଚନ ପାଇଁ ଦଳୀୟ ନୀତି ନିୟମ ଦେଖାଉଛି ବିଜେଡି । ରାଜ୍ୟସଭା ନିର୍ବାଚନରେ ନିଲମ୍ବନ କରିଥିବା ଦୁଇ ବିଧାୟକଙ୍କୁ ଦଳୀୟ ନିଷ୍ପତ୍ତି ଭୋଟ୍ ଦେବାକୁ ତାଗିଦ୍ କରୁଛି ବିଜେଡି । ଆମେ କହୁଛୁ ଦୁଇ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ । ଉଭୟ ବିଧାୟକଙ୍କୁ ନିକଟରେ ଦଳୀୟ ଶୃଙ୍ଖଳା ଅବମାନନା ଅଭିଯୋଗରେ ବନୀନ ପଟ୍ଟନାୟକ ନିଲମ୍ବିତ କରିଥିଲେ । କିନ୍ତୁ ଏବେ ଦଳର ଘଡିସନ୍ଧି ମୁହୂର୍ତ୍ତ ଦେଖି ସହାୟତା ଲୋଡିଛି ବିଜେଡି ।
ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ । ଓଡିଶାରେ ଖାଲି ପଡିଥିବା ୪ଟି ଆସନ ପାଇଁ ମଇଦାନରେ ଅଛନ୍ତି ୫ ପ୍ରାର୍ଥୀ । ପ୍ରଥମ ତିନୋଟି ଆସନ ମଧ୍ୟରୁ ଦୁଇଟି ବିଜେପି ଖାତାକୁ ଏବଂ ଗୋଟିଏ ବିଜେଡି ଖାତାକୁ ଯିବା ନିଶ୍ଚିତ । କିନ୍ତୁ ଏବେ ଯେଉଁ ନାଟକବାଜି ରାଜ୍ୟରେ ଚାଲିଛି ତାହା ହେଉଛି ଚତୁର୍ଥ ରାଜ୍ୟସଭା ନିର୍ବାଚନ ପାଇଁ । ଗୋଟିଏ ବି ଭୋଟ ଯେମିତି ନାକଚ ନ ହୁଏ ସେଥିପାଇଁ ଗୁରୁତ୍ବ ଦେଉଛି ଦଳ। କଂଗ୍ରେସ ବି ପଛରେ ପଡ଼ିନାହିଁ। ହେଲେ ସେପଟେ ନବୀନ ନିବାସରେ କିନ୍ତୁ ଲାଗିଛି ବିଜେଡି ବିଧାୟକଙ୍କ ଭିଡ଼। ଲଗାତାର ଦୁଇ ଦିନ ହେବ ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ଡକାଯାଉଛି ଏବଂ ବୈଠକ ବସୁଛି ।କେମିତି ଦୁଇ ପ୍ରାର୍ଥୀ ଜିତିବେ ସେନେଇ ମନ୍ତ୍ର ଦେଉଛନ୍ତି ନବୀନ।
ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଏବଂ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନୋଟିସ ଜାରି କରି ଦଳର ନିଷ୍ପତ୍ତି ଅନୁସାରେ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଦଳ ସୁପ୍ରିମୋ। ଯାହାକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଉଲ୍ଲେଖନୀୟ ଗୋଟିଏ ବି ଭୋଟ ଯେମିତି ନାକଚ ନ ହୁଏ ସେଥିପାଇଁ ଗୁରୁତ୍ବ ଦେଉଛି ଦଳ। କଂଗ୍ରେସ ବି ପଛରେ ପଡ଼ିନାହିଁ। ହେଲେ ସେପଟେ ନବୀନ ନିବାସରେ କିନ୍ତୁ ଲାଗିଛି ବିଜେଡି ବିଧାୟକଙ୍କ ଭିଡ଼। ଲଗାତାର ଦୁଇ ଦିନ ହେବ ନବୀନ ନିବାସରେ ବିଜେଡି ବିଧାୟକଙ୍କୁ ଡକାଯାଉଛି ଏବଂ ବୈଠକ ବସୁଛି ।କେମିତି ଦୁଇ ପ୍ରାର୍ଥୀ ଜିତିବେ ସେନେଇ ମନ୍ତ୍ର ଦେଉଛନ୍ତି ନବୀନ ।
ଗତ ଜାନୁଆରୀ ୧୫ ତାରିଖରେ ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ ଏବଂ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା । ଦଳ ସଭାପତି ନବୀନ ପଟ୍ଟନାୟକ ସନାତନ ମହାକୁଡ଼ଙ୍କୁ ସସ୍ପେଣ୍ଡ କରିଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସନାତନ ମହାକୁଡ଼ଙ୍କ ସହ ଅରବିନ୍ଦ ମହାପାତ୍ରଙ୍କୁ ସସ୍ପେଣ୍ଡ କରାଯାଇଥିଲା। କିନ୍ତୁ ଏବେ ଦଳୀୟ ସ୍ୱାର୍ଥରେ ଆଞ୍ଚ ଆସୁଥିବା ଦେଖି ଦୁଇ ବିଧାୟକଙ୍କ ସମର୍ଥନ ଲୋଡିଛି ବିଜେଡି । ତେବେ ସୋମବାର ଦେଖିବାକୁ ବାକି ରହିଲା ଯେ, କାହାର ରଣନୀତି କାମ କରୁଛି ।