ଆଜି ପବିତ୍ର ରାମ ନବମୀ । ରାମ ନବମୀ ପାଇଁ ସାରା ଦେଶ ଉତ୍ସବ ମୁଖର ହୋଇପଡିଛି । ପ୍ରଭୁ ରାମଙ୍କ ଜନ୍ମ ଉତ୍ସବକୁ ବେଶ ଧୂମଧାମରେ ପାଳନ କରୁଛନ୍ତି ଦେଶବାସୀ । ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ହେଉଛନ୍ତି ପ୍ରଭୁ ରାମ । ଧରାପୃଷ୍ଠରେ ଅଧର୍ମର ବିନାଶ କରି ଧର୍ମର ସ୍ଥାପନ କରିବା ପାଇଁ ଭଗବାନ ବିଷ୍ଣୁ ତ୍ରେତୟା ଯୁଗରେ ପ୍ରଭୁ ରାମ ହୋଇ ଜନ୍ମଗ୍ରହଣ କରିଥିଲେ । ପ୍ରଭୁ ରାବଣ ଭଳି ଅନେକ ଅସୁରଙ୍କୁ ବଦ୍ଧ କରି ଧରାପୃଷ୍ଠରେ ଶାନ୍ତି ପ୍ରତିଷ୍ଠା କରିଥିଲେ । ପ୍ରଭୁ ରାମ ଚନ୍ଦ୍ର ହେଉଛନ୍ତି ମର୍ଯ୍ୟାଦା ପୁରୁଷ ।
ପ୍ରଭୁ ରାମ ଚନ୍ଦ୍ର ଧର୍ମ ପ୍ରତିଷ୍ଠା କରିବା ସହିତ ନିଜ କର୍ତବ୍ୟ ପାଳନ କରିବା ପାଇଁ ଜୀବନସାରା ବହୁ କଷ୍ଟ ସହିଥିଲେ । ପିତୃ ସତ୍ୟ ପାଳନ କରି ରାଜ ଗାଦି ଛାଡି ୧୪ ବର୍ଷ ବନବାସ ଯାଇଥିଲେ । ସତ୍ୟ, ଧର୍ମ , ନ୍ୟାୟ, ତ୍ୟାଗ ଓ ବଳିଦାନର ମୂର୍ତ୍ତିମନ୍ତର ପ୍ରତୀକ ହେଉଛନ୍ତି ପ୍ରଭୁ ଶ୍ରୀରାମ । ପିତୃ ମାତୃଭକ୍ତି, ଭାତୃ ସ୍ନେହ ଓ ପ୍ରଜା ବତ୍ସଳ ହେଉଛନ୍ତି ପ୍ରଭୁ ରାମ । ପ୍ରଭୁ ରାମଙ୍କ ନାମ ସ୍ମରଣ କଲେ ଅନେକ ପୁଣ୍ୟ ଫଳ ମିଳିଥାଏ । ଆଜିର ଦିନରେ ସାରା ସହର ରାମ ନାମରେ ପ୍ରକମ୍ପିତ ହୋଇଥାଏ । ଶହ ଶହ ରାମ ଭକ୍ତ ମନ୍ଦିର ଯାଇ ପ୍ରଭୁ ରାମଙ୍କ ଦର୍ଶନ କରିଥାନ୍ତି ।