ବହୁ ବାଧା ବିଘ୍ନ ଉତ୍ତରାକାଶି ଅପରେସନରେ ଗତକାଲି ଏକ ବଡ ସଫଳତା ପାଇଛି । ଟନେଲ ଭିତରେ ଫସି ରହିଥିବା ୪୧ ଜଣ ଶ୍ରମିକ ପାଇଛନ୍ତି ପୁନର୍ଜୀବନ ।ସୁଡ଼ଙ୍ଗରୁ ୪୧ ଶ୍ରମିକଙ୍କୁ ଉଦ୍ଧର କରିବା ପାଇଁ ୧୭ ଦିନ ଧରି ଚାଲିଥିଲା ଅଭିଯାନ । ଯେଉଁ ଅଭିଯାନରେ ସମସ୍ତେ ଲାଗିପଡ଼ିଥିଲେ ।ତେବେ ଏହି ବିଶାଳ ଅଭିଯାନର ସଫଳ ପରିସମାପ୍ତି ସହ ଶ୍ରମିକମାନଙ୍କୁ ନୂଆ ଜୀବନ ମିଳିଛି। ବ୍ରହ୍ମଖାଲ-ଯମୁନୋତ୍ରୀ ରାଜପଥର ନିର୍ମାଣାଧୀନ ସୁଡ଼ଙ୍ଗରେ ଅତଡ଼ା ଧସିବାରୁ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଥିଲା। ଶ୍ରମିକମାନେ ଫସି ରହିବାର ଦିନକ ପରେ ଏକ ୪ ଇଞ୍ଚ ମୋଟେଇର ପାଇପ୍ ଜରିଆରେ ସେମାନଙ୍କ ନିକଟକୁ ଶୁଖିଲା ଫଳ ଏବଂ ପାଣି ପଠାଇବା ଆରମ୍ଭ ହୋଇଥିଲା। ସେହି ପାଇପ୍ ଜରିଆରେ ଭିତରକୁ ଅମ୍ଳଜାନ ଯୋଗାଣ ମଧ୍ୟ କରାଯାଉଥିଲା ।
ଭାରତର ୧୪୦ କୋଟି ଲୋକଙ୍କ ଆଶା,ବିଶ୍ୱାସ,ତାଙ୍କ ଜୀବନ ପାଇଁ ପାର୍ଥନା ଓ ପ୍ରେରଣା ସହ ଏକ ବଡ ସଫଳତା ମିଳିପାରିଛି । ଉତ୍ତରକାଶୀର ସିଲ୍କୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ପ୍ରକୃତ ନାୟକ ସାଜିଛନ୍ତି ୬ ଜଣ ଟ୍ୟାଟ୍ ହୋଲ୍ ମାଇନର୍ସ। ନିଜ ଜୀବନକୁ ବାଜି ଲଗାଇ ବଞ୍ଚାଇଛନ୍ତି ଶ୍ରମିକମାନଙ୍କ ଜୀବନ । ତାଙ୍କର ସାହସ ଅନେକଙ୍କୁ ଆଶା ଦେଇଥିଲା । ଚଳଚ୍ଚିତ୍ରର ନାୟକଙ୍କ ପରି ସେ ସମସ୍ତଙ୍କୁ ଉଦ୍ଧାର କରିଛନ୍ତି। ସେମାନେ ହେଉଛନ୍ତି ପ୍ରକୃତ ହିରୋ ଯିଏ ୪୧ ଜଣ ଶ୍ରମିକଙ୍କ ପରିବାର ଉଜୁଡିଯିବା ପୂର୍ବରୁ ରକ୍ଷା କରିଛନ୍ତି ।
ଜାଣନ୍ତୁ କିପରି ଥିଲା ତାଙ୍କର ସଂଘର୍ଷ । ଜଣେ ଡ୍ରିଲିଂ ମେସିନ ସହାୟତାରେ ଖନନ କରୁଥିବାବେଳେ ଅନ୍ୟ ଜଣେ ଶ୍ରମିକ ସେସବୁ ସାମଗ୍ରୀକୁ ଟ୍ରଲି ସାହାଯ୍ୟରେ ବାହାରକୁ ଆଣିଥିଲେ। ଫଳରେ ଶ୍ରମିକମାନେ ଫସି ରହିଥିବା ସ୍ଥାନକୁ ରାସ୍ତା ଫିଟୁଛି। ବାହାରେ ୪ ଜଣ ଶ୍ରମିକ ଛିଡ଼ା ହୋଇ ଟ୍ରଲିରେ ଆସୁଥିବା ୬ରୁ ୭ କେଜି ଲେଖାଏଁ ପଥର, କଂକ୍ରିଟ ଗୁଣ୍ଡକୁ ବାହାରକୁ ଦୌଡ଼ି ସାହାଯ୍ୟରେ ଟାଣି ବାହାର କରିଥିଲେ। ଭିତରେ ପଶି କାମ କରୁଥିବା ୨ ଜଣ ଲୋକ ଯେତେବେଳେ ଥକି ଯାଉଥିଲେ। ସେତେବେଳେ ବାହାରେ କାମ କରୁଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣ ଭିତରେ ପଶୁଥିଲେ।
ମେସିନ ଖୋଲିବା ବିଫଳ ହେବାପରେ ପ୍ରୟୋଗ କରିଥିଲେ ରୢାଟ୍ ହୋଲ୍ ମାଇନିଂ ବା ‘ମୂଷା ଗାତଖୋଳା ପଦ୍ଧତି’ । ଖନନ ପାଇଁ ହାତରେ ଥିବା ଉପକରଣ ବ୍ୟବହାର କରି ଅତି ଯତ୍ନର ସହ ଖୋଲିଲେ ।ଏହାପରେ ଶ୍ରମିକଙ୍କ ପାଖରେ ପହଂଚି ସେମାନଙ୍କୁ ବଞ୍ଚାଇଥିଲେ । ତାଙ୍କର ଏହି ସଫଳତା ପାଇଁ ସାରା ଭାରତ ବର୍ଷରୁ ଏବେ ପ୍ରଶଂସା ର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ :ଆଉ କିଛି ଘଣ୍ଟାର ଅପେକ୍ଷା : ବାହାର ଦୁନିଆ ଦେଖିବେ ଶ୍ରମିକ