ବିଦେଶ ଯାତ୍ରା କରିବାକୁ ଥିବା କିଛି ବର୍ଗଙ୍କ ପାଇଁ କମିଲା କୋଭିସିଲ୍ଡ ଡୋଜ ମଧ୍ୟରେ ଥିବା ବ୍ୟବଧାନ
Khabar Odisha:The-gap-between-Covisild-doses-for-some-categories-of-travelers-abroad
ନୂଆଦିଲ୍ଲୀ,ଜୁନ 11 (ଖବର ଓଡ଼ିଶା):

ତୃତୀୟ ଥର ପାଇଁ କମିଲା କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ । ବିଦେଶ ଯାତ୍ରା କରିବାକୁ ଯାଉଥିବା କିଛି ବର୍ଗ ପାଇଁ ଏହା ପରିବର୍ତ୍ତନ କରାଯାଇଛି । ଯାହାଫଳରେ ସେମାନେ ୮୪ ଦିନ ପରିବର୍ତ୍ତେ ୨୮ ଦିନ ପରେ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବେ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ ଅନୁସାରେ ଯେଉଁମାନଙ୍କ ଠାରେ କୋଭିସିଲ୍ଡର ପ୍ରଥମ ଡୋଜ ଲାଗିସାରିଛି ଏବଂ ସେମାନଙ୍କୁ ଏବେ ବିଦେଶ ଯାତ୍ରା କରିବାର ଅଛି । ଏହିପରି ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ ।

ଏହାପୂର୍ବରୁ, ହିଁ ସେମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ । ଏହି ବିଦେଶୀ ଯାତ୍ରା ଅଧ୍ୟୟନ, ରୋଜଗାର ଏବଂ ଅଲିମ୍ପିକ୍ ଦଳ ପାଇଁ ହୋଇପାରେ ।ଭାରତରେ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା କୋଭିସିଲ୍ଡ ଟୀକାକରଣରେ ୨୮ ରୁ ୪୨ ଦିନର ବ୍ୟବଧାନ ରଖାଯାଇଥିଲା ।

ଏହା ପରେ ୨୨ ମାର୍ଚ୍ଚରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ପରେ, ମେ ୧୩ ରେ, ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି 

  • Tags:

Subscribe

National International State Sports Entertainment