ନୂଆଦିଲ୍ଲୀ; ଟେସଲା ଏବଂ ଏକ୍ସ ଭଳି କମ୍ପାନୀର ସିଇଓ ଏଲୋନ ମସ୍କ ତାଙ୍କର ଅଜବ କାରନାମା ପାଇଁ କତେ ଲୋକପ୍ରିୟ ଏହା ଆମେ ସମସ୍ତେ ଜାଣିଛେ । ଯଦିଓ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ, ତାଙ୍କର ଅନେକ କାମ ଆଲୋଚନାର କାରଣ ପାଲଟିଥାଏ। ଏବେ ଏଲୋନ ମସ୍କ ତାଙ୍କ ନାମ ପରିବର୍ତ୍ତନ କରିଛନ୍ତି। ଆପଣଙ୍କୁ ବିଶ୍ବାସ ଲାଗୁନଥିଲେ ବି ଏହା ସତ । ଏଲୋନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନିଜ ନାମ ପରିବର୍ତ୍ତନ କରିଛନ୍ତି । ଶନିବାର ଦିନ, ସେ ତାଙ୍କ ପ୍ରୋଫାଇଲରେ ତାଙ୍କ ନାମ 'କେକାଇଅସ୍ ମ୍ୟାକ୍ସିମସ୍' ରେ ପରିବର୍ତ୍ତନ କରିଛନ୍ତି। ତେବେ ପୂର୍ବରୁ ମସ୍କଙ୍କ ପ୍ରୋଫାଇଲ୍ ଫଟୋରେ ତାଙ୍କ ନାମ ଗୋର୍କାଲୋନ୍ ରଷ୍ଟ ଥିଲା। ନାମ ପରିବର୍ତ୍ତନ କରିବା ସହିତ, ମସ୍କ ତାଙ୍କର ପ୍ରୋଫାଇଲ୍ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି।
ସୋଲିଆଲ ମିଡିଆ ଏକ୍ସରେ ରେ ନିଜର ନାମ ପରିବର୍ତ୍ତନ କରିବା ସହିତ, ମସ୍କ ତାଙ୍କର ପ୍ରୋଫାଇଲ୍ ଫଟୋ ମଧ୍ୟ ପରିବର୍ତ୍ତନ କରିଛନ୍ତି। ଫଟୋରେ, ସେ କବଚ ଇତ୍ୟାଦି ପିନ୍ଧିଥିବାର ଦେଖାଯାଉଛି, ଯେପରି ସେ କୌଣସି ଯୁଦ୍ଧ ପାଇଁ ଯିବାକୁ ଯାଉଛନ୍ତି। ଫଟୋରେ ସେ ନିଜକୁ ସମ୍ରାଟ କାଇସ୍ ମ୍ୟାକ୍ସିମସ୍ ଭାବରେ ବର୍ଣ୍ଣନା କରିଛନ୍ତି।
ସେହିପରି ମସ୍କଙ୍କ ନମ ପରିବର୍ତ୍ତନ କ୍ରିପ୍ଟୋ ଜଗତରେ ହଲଚଲ ସୃଷ୍ଟି କରିଛି । କାରଣ କେକିୟସ୍ ମାସ୍କିମସ୍ ମିମ୍ କଏନ୍ର ମୂଲ୍ୟ ଆକାଶଛୁଆଁ ହୋଇଥିଲା। ବିନାନ୍ସ ଅନୁଯାୟୀ, ବିଲିୟନେୟାର ତାଙ୍କ ‘ଏକ୍ସ’ର ନାମ ବଦଳାଇବା ପରେ ମିମ୍ କଏନ୍ର ମୂଲ୍ୟ ପ୍ରାୟା ୧୧୯ % ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଗତ ବର୍ଷ ଡିସେମ୍ବରରେ ପ୍ରଥମ ଥର ପାଇଁ ସୋସିଆଲ ମଡିଆରେ ନିଜ ନାମ ପରିବର୍ତ୍ତନ କରିଥିଲେ ମସ୍କ ।