ମୁମ୍ବାଇ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂର ସମୟରେ ତୁର୍କୀ ଏବଂ ଆଜରବାଇଜାନ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରିଛନ୍ତି। ଏହା ପରେ ଭାରତୀୟ ପର୍ଯ୍ୟଟକ ଏବଂ ଟୁର୍ ଅପରେଟରମାନେ ଏହି ଦେଶଗୁଡ଼ିକର ବୁକିଂକୁ ବଡ଼ ପରିମାଣରେ ବାତିଲ କରିଛନ୍ତି ଏବଂ ଏହି ଧାରା ଜାରି ରହିଛି।
ଏବେ ଏହି ଦେଶଗୁଡ଼ିକୁ ଯିବା ପରିବର୍ତ୍ତେ ପର୍ଯ୍ୟଟକମାନେ ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତ ଆଡକୁ ଯାଉଥିବା ଦେଖାଯାଉଛି। ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ହୋଟେଲ ଓ ପରିବହନ ଦର ମଧ୍ୟ ବଢ଼ିଛି। କିନ୍ତୁ ଅନେକ ପର୍ଯ୍ୟଟକଙ୍କ ପାଇଁ ମହଙ୍ଗା ବିମାନ ସେବା ଏବଂ ମହଙ୍ଗା ହୋଟେଲ ସେମାନଙ୍କ ରାସ୍ତାରେ ପ୍ରତିବନ୍ଧକ ପାଲଟିଛି।
ଶିଳ୍ପପତି ହର୍ଷ ଗୋଏଙ୍କା ଅପରେସନ ସିନ୍ଦୁର ସମୟରେ ତୁର୍କୀ ଏବଂ ଆଜରବାଇଜାନର ମନୋଭାବକୁ ନିନ୍ଦା କରିଛନ୍ତି ଏବଂ କହିଛନ୍ତି ଯେ ଭାରତୀୟମାନେ ଗତ ବର୍ଷ ତୁର୍କୀ ଏବଂ ଆଜରବାଇଜାନକୁ ୪୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ଦେଇଥିଲେ। ଏହା ସେମାନଙ୍କର ଅର୍ଥନୀତିକୁ ସୁଦୃଢ଼ କରିଥିଲା। କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଏହି ଉଭୟ ଦେଶ ପାକିସ୍ତାନ ସହିତ ଛିଡା ହୋଇଥିବା ପରି ମନେ ହେଉଛି।
ସେ କହିଛନ୍ତି ଯେ ତୁର୍କୀରେ ଯେତେବେଳେ ଭୂମିକମ୍ପ ହୋଇଥିଲା ସମୟରେ ଭାରତ ସରକାର ବହୁତ ସାହାଯ୍ୟ ଯୋଗାଇଥିଲେ। ସେଠାକାର ଲୋକମାନେ ଭାରତ ବିରୋଧୀ ଭାବନାରେ ପରିପୂର୍ଣ୍ଣ। ତୁର୍କୀ ଏବଂ ଆଜରବାଇଜାନର ଲୋକମାନେ ପାକିସ୍ତାନ ସହିତ ସେମାନଙ୍କର ଭାଇଚାରାର ସମ୍ପର୍କକୁ ଯୋଡ଼ି ଭାରତକୁ ଘୃଣା କରନ୍ତି।
ବର୍ତ୍ତମାନର ଘଟଣା ପରେ ଭାରତୀୟ ଲୋକମାନେ ନିଜେ ସେଠାକୁ ଯିବାକୁ ଏଡ଼ାଇବା ଆରମ୍ଭ କଲେଣି। ଗତ ଦେଢ଼ ଦଶନ୍ଧି ଧରି ଲୋକମାନଙ୍କୁ ଉତ୍ତର-ପୂର୍ବ ଭାରତ ଭ୍ରମଣରେ ନେଇ ଆସୁଛନ୍ତି। ଏହି ସଂଖ୍ୟା ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। କିନ୍ତୁ ଉତ୍ତର-ପୂର୍ବକୁ ମହଙ୍ଗା ବିମାନ ଏବଂ ହୋଟେଲ ଦର ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଏଠାକୁ ଯାତ୍ରା କରିବାରେ ବାଧା ସୃଷ୍ଟି କରୁଛି।
ଅଧିକ ପଢ଼ନ୍ତୁ: ବେଙ୍ଗାଲୁରୁର ଚିନ୍ତା ବଢ଼ାଇବେ କି କୋଲକାତାର ଖେଳାଳି?