ଅଯୋଧ୍ୟା : ଆଜି ପବିତ୍ର ରାମନବମୀ । ପ୍ରଭୁ ଶ୍ରୀରାମଙ୍କ ଭକ୍ତିରେ ତଲ୍ଲୀନ ଭକ୍ତ । ପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିରରେ ନାହିଁ ନ ଥିବା ଭିଡ। ଆଜି ରାମ ନବମୀ ଅବସରରେ ଅଯୋଧ୍ୟାରେ ଏହି ମହାନ ପରମ୍ପରା ଅନୁଷ୍ଠିତ ହୋଇଛି । ସୂର୍ଯ୍ୟଭିଷେକ ହେଲେ ରାମ ଲାଲା। ରାମଲାଲାଙ୍କ ମଥାରେ ଝଲସିଲା ସୂର୍ଯ୍ୟ ତିଳକ। ମନ୍ଦିରରେ ଗର୍ଭଗୃହରେ ଦିବ୍ୟ ରୂପରେ ଦର୍ଶନ ଦେଲେ ରାମଲାଲା। ମଧ୍ଯାହ୍ନ ଠିକ୍ ୧୨ ଟା ରୁ ୪ ମିନିଟି ଯାଏ ସୂର୍ଯ୍ୟ କିରଣରେ ଝଲସିଥିଲା ଶ୍ରୀବିଗ୍ରହର ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ। ଏହି ଅନନ୍ୟ ଇଶ୍ୱରୀୟ ଦୃଶ୍ୟ ଦେଖିବାକୁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଥିଲା ।ସମଗ୍ର ମନ୍ଦିର ପରିସର ରାମଧ୍ୱନୀରେ ଉତ୍ସବ ମୁଖର ହୋଇ ଉଠିଥିଲା।
ଭଗବାନ ଶ୍ରୀରାମଙ୍କ ସୂର୍ଯ୍ୟ ତିଲକ ହେବା ପରେ ପ୍ରଭୁ ରାମଙ୍କର ବିଶେଷ ଉପାସନା କରାଯାଇଥିଲା ଏବଂ ଆଳତି କରାଯାଇଥିଲା। ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦୂରଦର୍ଶନରେ ସିଧା ପ୍ରସାରଣ ହୋଇଥିଲା ।