ରାହୁଲଙ୍କ ପରେ ଏବେ ନିଜ ପଦରୁ ଇସ୍ତଫା ଦେବାକୁ କହିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ
Khabar Odisha:Politics-odisha-cm-kamal-nath-offered-his-resignation-from-the-post-of-mpcc-president
ଭୋପାଳ,ମେ୨୫(ଖବର ଓଡ଼ିଶା):

 ଲୋକସଭା ନିର୍ବାଚନରେ କଂଗ୍ରେସକୁ ମିଳିଥିବା ଶୋଚନୀୟ ପରଜାୟ ପରେ ପାର୍ଟିରେ ଏବେ ଇସ୍ତଫା ପର୍ବ ଆରମ୍ଭ ହୋଇ ଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପାର୍ଟିର କାର୍ଯ୍ୟକାରୀ କମିଟି ବୈଠକରେ  ଇସ୍ତଫା ଦେବାକୁ ପ୍ରସ୍ତାବ  ଦେବା ପରେ ଏବେ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥ  ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମଧ୍ୟ ପ୍ରଦେଶର ଏଆଇସିସିର ମହା ସଚିବ ଦୀପକ ବାବରିଆ ଶନିବାର ଏହାର ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ଲୋକସଭା ନିର୍ବାଚନରେ କଂଗ୍ରେସ ମଧ୍ୟ ପ୍ରଦେଶରୁ ମାତ୍ର ଗୋଟିଏ ସିଟ୍ ଜିତିବାକୁ ସକ୍ଷମ ହୋଇଥିଲା।

ରାଜ୍ୟର ଛିନ୍ଦଓ୍ଵାଡା ସିଟରୁ କଂଗ୍ରେସ ପ୍ରାର୍ଥୀ ନକୁଲନାଥ ରାଜ୍ୟର ଏକମାତ୍ର ପାର୍ଟି ସାଂସଦ। ତେଣୁ ରାଜ୍ୟରେ କଂଗ୍ରେସର ଶୋଚନୀୟ ପ୍ରଦର୍ଶନରେ ନିଜକୁ ଦାୟୀ କରି ମୁଖ୍ୟମନ୍ତ୍ରୀ କମଲନାଥ ଏମପିସିସିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତାବ ଦେଇଛନ୍ତି।  ସେ ଶନିବାର କଂଗ୍ରେସ ମୁଖ୍ୟାଳୟରେ ପାର୍ଟିର କାର୍ୟ୍ୟ କାରୀ କମିଟି ବୈଠକରେ ମଧ୍ୟ ସାମିଲ ହୋଇନଥିଲେ। ଏହା ପୂର୍ବରୁ ସିଡବ୍ଲ୍ୟୁସି ରାହୁଲଙ୍କ ଇସ୍ତଫା ପତ୍ରକୁ ଅଗ୍ରାହ୍ୟ କରିବା ସହିତ ଦଳର ଅଧ୍ୟକ୍ଷ ରହିବାକୁ କହିଥିଲା।

ପରାଜୟ ପାଇଁ ନିଜକୁ ଦାୟୀ କରିଥିଲେ ରାହୁଲ

କାର୍ୟ୍ୟାସମିତିରେ ରାହୁଲ ଗାନ୍ଧୀ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରିଛନ୍ତି। ଏହା ସହିତ ପଦରୁ ଇସ୍ତଫା ଦେବାକୁ କହିଥିଲେ। ମାତ୍ର ପାର୍ଟିର ଏହି ପ୍ରତିକୂଳ ସ୍ଥିତିରେ ଆପଣଙ୍କର ନେତୃତ୍ଵର ଆବଶ୍ୟକତା ଥିବା ଦଳର ବରିଷ୍ଠ ନେତା କହିଛନ୍ତି। 

Subscribe

National International State Sports Entertainment