ଏକତରଫା ପ୍ରେମ ହେତୁ ଯୁବତୀଙ୍କ ଏସିଡ଼୍ ମାଡ଼ ଧମକ,ବର ଓ ଶ୍ୱଶୁରକୁ ଆକ୍ରମଣ ମଧ୍ୟପ୍ରଦେଶ, ମେ 21(ଖେବର ଓଡିଶା): Share story: ଏକତରଫା ପ୍ରେମ ହେତୁ ଯୁବତୀଙ୍କ ଏସିଡ଼୍ ମାଡ଼ ଧମକ । ମଧ୍ୟପ୍ରଦେଶର ଖଣ୍ଡୱା ଠାରେ ଯୁବତୀଙ୍କ ବିବାହ କାର୍ଯ୍ୟ ସ୍ଥଳରେ ପହଂଚି ବର ଏବଂ ତାଙ୍କ ଶ୍ୱଶୁରଙ୍କୁ ମାଡ଼ ମାରିବା ଅଭିଯୋଗ ହୋଇଛି । ତେବେ ଏହା ପରେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିଲା । କିନ୍ତୁ ଜାମିନ୍ରେ ଆସି ଅଭିଯୁକ୍ତ ପୁଣି ଯୁବତୀଙ୍କୁ ବାଟରେ ଅଟକାଇ ହାତରେ ଏସିଡ୍ ବୋତଲ ଧରି ମୁହଁ ପୋଡ଼ିଦେବାକୁ ଧମକ ଦେଇଥିଲା । କେବଳ ଏତିକି ନୁହେଁ “ମୋ ଛଡ଼ା ଆଉ କିଏ ବିବାହ କଲେ ମୁଁ ଜୀବନ ରୁ ମାରିଦେବାକୁ” ମଧ୍ୟ କହିଛି । ତେବେ ଏନେଇ ଯୁବତୀଙ୍କ ପରିବାର ଲୋକ ଖଣ୍ଡୱା ସହରର କୋଟୱାଲି ପୋଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ ବର୍ତ୍ତମାନ କୋଟୱାଲି ପୋଲିସର ଅଭିଯୁକ୍ତ ଆକାଶଙ୍କ ବିରୋଧରେ ଯୌନ ନିର୍ୟାତନା, ହତ୍ୟା ଧମକ ଦେବା ଭଳି ମାମଲା ରୁଜୁ କରି ପୁଣି ଜେଲ୍ରେ ପୁରାଇଛି । ସୁଚନା ଅନୁସାରେ ଅଭିଯୁକ୍ତ ଯୁବକ ଆକାଶ ଖଣ୍ଡୱା ଗଣେଶ ତଲାଇ ଅଞ୍ଚଳରେ ରହୁଥିବା ବେଳେ ଯୁବତୀ ମଦ୍ୟ ଇନ୍ଦୋରର ଏକ ହୋଟେଲରେ କାମ କରନ୍ତି । ଝିଅର ଭାଇଙ୍କ କହିବା ଅନୁଯାୟୀ ଅଭିଯୁକ୍ତ ଯୁବକ ଆକାଶ ଯୁବତୀଙ୍କ ଘରକୁ ଯାଉଥିଲେ କିନ୍ତୁ ପୀଡିତା ଜଣକ ତାଙ୍କ ପ୍ରେମରେ ଥିବା ଜାଣି ନଥିଲେ । ଯେତେବେଳେ ଇନ୍ଦୋରରେ ଝିଅର ବିବାହ ଅନୁଷ୍ଠିତ ହେଲା ସେତେବେଳ ଆକାଶ ସେଠାରେ ପହଞ୍ଚିଲେ ବରକୁ ମେସେଜ କରିଥିଲେ। ଏପରିକି ହତ୍ୟା କରିବାକୁ ଧମକ ଦେଇଥିଲେ। ଖବର ଓଡ଼ିଶା, Reporter, 21/05/2022