ବୁଧବାର ସିକ୍କିମରେ ପ୍ରକୃତି ତାର କରାଳ ରୂପ ଦେଖାଇଥିଲା । ବନ୍ୟା ମାଡ଼ିଆସି ୨୩ଜଣ ଯବାନଙ୍କୁ ଭସାଇ ନେଇଯାଇଥିଲା। ଭସାଇ ନେଇଯାଇଥିବା ୨୩ଜଣ ଯବାନଙ୍କ ମଧ୍ୟରୁ ଜଣେ ଓଡ଼ିଆ ଯବାନ ମଧ୍ୟ ଅଛନ୍ତି । ତାଙ୍କ ଘର ଢେଙ୍କାନାଳ କାମାକ୍ଷାନଗର ଅଞ୍ଚଳର କେନ୍ଦୁଢିପ ଗାଁରେ । ଏହି ଖବର ପାଇସାରିବା ପରେ ନିଖୋଜଙ୍କ ପରିବାରରେ ଶୋକର ଛାୟା ଖେଳିଯାଇଛି । ଏବେ ବି ୨୩ଜଣ ଯବାନଙ୍କର କୋଣସି ଖୋଜଖବର ମିଳିନାହିଁ ।
ସୂଚନା ଅନୁସାରେ, ସିକ୍କିମରେ ବାଦଲଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ସୃଷ୍ଟି ହୋଇଥିଲା । ଆଉ ବନ୍ୟାରେ ପ୍ରଭାବିତ ହେଉଥିବା ଲୋକମାନଙ୍କୁ ଯବାନମାନେ ସ୍ଥାନାନ୍ତରିତ କରୁଥିଲେ । ହଠାତ ଏହି ସମୟରେ ପ୍ରାୟ ୧୫ରୁ ୨୦ ଫୁଟ ଜଳସ୍ତର ବଢ଼ିଗଲା ଆଉ ଭସେଇନେଇଗଲା ୨୩ଜଣ ଯବାନଙ୍କୁ । ଯବାନଙ୍କୁ ଖୋଜିବା ପାଇ ଅପରେସନ ଜାରି ରହିଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପତ୍ତା ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ବାଦଲ ଫଟିବାରୁ ସିକ୍କିମରେ ଭୟଙ୍କର ବନ୍ୟା, ୨୩ ଯବାନ ନିଖୋଜ