ତିଆରି ହେଉଛି ନୂଆ ସଂସଦ ଭବନ, ଭବିଷ୍ୟତ ପ୍ରତି ରହିଛି ଦୃଷ୍ଟି
Khabar Odisha:New-Parliament-building-to-be-ready-by-2022

ନୂଆଦିଲ୍ଲୀ : ବଢୁଥିବା ଜନସଂଖ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା କିଛି ବର୍ଷ ମଧ୍ୟରେ ସଂସଦର ପ୍ରତିନିଧି ମାନଙ୍କ ସଂଖ୍ୟାରେ ଏକ ବଡ ଧରଣର ପରିବର୍ତନ ହେବାକୁ ଯାଉଛି । ଯାହାକୁ ଦୃଷ୍ଟିରେ ରଖି ବର୍ତମାନ ଠାରୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ସାଂସଦ ମାନଙ୍କ ପାଇଁ ନୂଆ ସଂସଦ ଭବନ ତିଆରି ହେବାକୁ ଯାଉଛି ।

ଦେଶରେ ନୂଆ ସଂସଦ ଭବନର ରୂପରେଖ ଚୂଡାନ୍ତ ହୋଇସାରିବା ପରେ ଏବେ ଭାରତର ଭବ୍ୟ ସଂସଦ ଭବନ ନିର୍ମାଣର ଠିକା ଦିଆଯାଇ ସାରିଲାଣି । ଆସନ୍ତା ୨୦୨୨ ସୁଦ୍ଧା ଏହି ନୂଆ ସଂସଦ ଭବନର କାର୍ଯ୍ୟ ସାରିବାକୁ ଆଶା ରଖାଯାଇଛି ।

ଦେଶର ନୂଆ ସଂସଦ ଭବନ ସବୁ ଦୃଷ୍ଟିରୁ ଅଧିକ ଭବ୍ୟ ହେବାକୁ ଥିବା ବେଳେ ଏଥିରେ ୨୦୦୦ ପ୍ରତିନିଧିଙ୍କ ଆସନ ବ୍ୟବସ୍ଥା କରାଯାଉଛି । ଏଥି ସହିତ ଏଥିରେ ୧୨୦ଟି ଅଫିସ୍ କରାଯିବାର ବ୍ଳୁ ପ୍ରିଣ୍ଟ ମଧ୍ୟ ତିଆରି ହୋଇଛି । ଯାହାକୁ ୭୫ତ୍ତମ ସ୍ୱାଧିନତା ଦିବସରେ ଉମ୍ନୋଚନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ବର୍ତମାନ ସଂସଦରେ ପ୍ରତିନିଧି ମାନଙ୍କ ସଂଖ୍ୟା ୫୪୩ ଥିବା ବେଳେ ପୂର୍ବ ପ୍ରଧାନମନ୍ତ୍ରୀ ପ୍ରଣବ ମୁଖାର୍ଜୀ ଏହାକୁ ୧୦୦୦ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ୨୦୦୨ ସମ୍ବିଧାନ ସଂଶୋଧନ ଅନୂଯାଇ ୨୦୨୬ ପର୍ଯ୍ୟନ୍ତ ସଂସଦ ସୀମାରେ ପରିବର୍ତନ କରାଯାଇ ପାରିବ ନାହିଁ । କିନ୍ତୁ ଏହାପରେ ବଢୁଥିବା ଜନ ସଂଖ୍ୟାକୁ ଦୃଷ୍ଟିରେ ରଖି ପୁଣି ଥରେ ୨୦୦୭ରେ ଆଉ ଏକ ସୀମା ପୁନଃ ନିର୍ଦ୍ଧାରଣ କମିଶନ ବସିଥିଲା । ଯାହା ଆଧାରରେ ୨୦୨୬ ପରେ ସଂସଦ ସୀମାରେ ପରିବର୍ତନ କରାଯାଇ ପାରିବ ଏବଂ ସଂସଦ ସୀମାରେ ୨୦୩୧ ଜନଗଣନା ପରେ ଭୟଙ୍କର ପରିବର୍ତ୍ତନ ଆସିବ ବୋଲି ଅନୁମାନ କରାଯାଇଛି ।

ସଂସଦ ଆସନ ବୃଦ୍ଧି ପଛରେ ଦେଶର ଜନସଂଖ୍ୟା ବୃଦ୍ଧି ହେଉଛି ମୂଳ କାରଣ । ୧୯୭୧ରେ ଦେଶର ଜନସଂଖ୍ୟା ୫୫ କୋଟି ଥିବା ବେଳେ ଏବେ ଏହା ସେତେବେଳେର ଜନସଂଖ୍ୟାର ତିନିଗୁଣ ହୋଇ ସାରିଛି । ଏବଂ ଆଗାମୀ ଦିନ ଗୁଡିକରେ ଭାରତର ଜନ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ଏବେ ଠାରୁ ଅନେକ ରିପୋର୍ଟ ପ୍ରକାଶ ପାଇଛି ଯାହାକୁ ଆଧାର କରି ନୂଆ ସଂସଦର ରୂପରେଖ ସ୍ୱଷ୍ଟ କରାଯାଇଛି ।

  • Tags:

Subscribe

National International State Sports Entertainment