ମୋଦୀ ଜୁନ ୩୦ରେ କରିବେ ‘ମନ କି ବାତ’, ପ୍ରସ୍ତାବ ଦେବାକୁ ଲୋକଙ୍କୁ କଲେ ଅପିଲ
Khabar Odisha:National-odisha-pm-narendra-modis-mann-ki-baat-to-resume-on-june-30-seeks-idea-on-instagram
ନୂଆଦିଲ୍ଲୀ,ଜୁନ୧୬(ଖବର ଓଡ଼ିଶା):

 ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ନିଜର ଦ୍ଵିତୀୟ କାର୍ୟ୍ୟ କାଳରେ ପ୍ରଥମ ଥର ଜୁନ ୩୦ରେ ରେଡିଓର ‘ମନ କି ବାତ’ର କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ।  ସାଧାରଣତଃ ଟ୍ଵିଟର, ଫେସବୁକ କିମ୍ବା ନମୋ ଆପ୍ ଜରିଆରେ ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଏଥର ଇନଷ୍ଟାଗ୍ରାମ ଜରିଆରେ ମଧ୍ୟ ‘ମନ କି ବାତ’ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେବେ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ଵିଟ୍ ଜରିଆରେ ମଧ୍ୟ ଏହାର ସୂଚନା ଦେଇଥିଲେ। ଆଜି ପିଏମ ମୋଦୀ ଲେଖିଛନ୍ତି ଯେ, ଜୁନ ୩୦ ସକାଳ ୧୧ଟାରେ ଆମେ ପୁଣି ଥରେ ଏକାଠି ହେବା। ରେଡିଓକୁ ଧନ୍ୟବାଦ, ୧୩୦ କୋଟି ଭାରତୀୟଙ୍କ ଭାବନା ଓ ସାମୂହିକ ସାମର୍ଥ୍ୟ ବିଷୟରେ କଥା ହେବା।  ମୋତେ ଭରସା ରହିଛି ଯେ, ଆପଣଙ୍କ ପାଖରେ ମଧ୍ୟ ମୋ ସହିତ ଆଲୋଚନା କରିବା ପାଇଁ କିଛି ମଧ୍ୟ ଥିବ। 

ଏହା ସହିତ  ପିଏମ ମୋଦୀ ଲୋକଙ୍କୁ ନମୋ ଆପରେ ନିଜର ପ୍ରସ୍ତାବ ପଠାଇବାକୁ ମଧ୍ୟ ଅପିଲ କରିଛନ୍ତି।  ଆଉ ଏକ ଟ୍ଵିଟରେ ପିଏମ ମୋଦୀ ଲେଖିଛନ୍ତି ଯେ, ଚଳିତ ମାସର ମନ କି ବାତରେ ନିଜର ପ୍ରସ୍ତାବ ଦେବା ପାଇଁ ୧୮୦୦-୧୧-୭୮୦୦ରେ ନିଜର ମେସେଜ ରେକର୍ଡ କରନ୍ତୁ। ଆପଣ ମୋତେ MyGov ଓପନ ଫୋରମରେ ମଧ୍ୟ ଲେଖି ପାରିବେ। 

ସରକାରୀ ସୂତ୍ର ମୁତାବକ, ପିଏମ ମୋଦୀ ଲୋକଙ୍କୁ ଭିନ୍ନ ଭିନ୍ନ ଥିମ  ଓ ବିଚାରକୁ ନେଇ ନିଜର ପ୍ରସ୍ତାବ ଦେବାକୁ ଅପିଲ କରିଛନ୍ତି।  ଉଲ୍ଲେଖଯୋଗ୍ୟ, ଦ୍ଵିତୀୟ କାର୍ୟ୍ୟବକାଳ ମିଳିବା ପରେ  ପିଏମ ମୋଦୀଙ୍କ ଏହା ପ୍ରଥମ ‘ମନ କି ବାତ’ କାର୍ଯ୍ୟକ୍ରମ। ପିଏମ ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳର ଶେଷ ମନ କି ବାତ ଏପିସୋଡ ଫେବୃଆରୀ ୨୪ରେ ପ୍ରସାରିତ ହୋଇଥିଲା।

Subscribe

National International State Sports Entertainment