ହସ୍ପିଟାଲରେ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ କରୋନାରେ ପୀଡ଼ିତ ୬୩ ବର୍ଷିଅ ବୃଦ୍ଧ
Khabar Odisha:Nation-Coronavirus-patient-suicide-hospital-Delhi-hospital-police-investigation-going-on

ନୂଆଦିଲ୍ଲୀ, ଜୁନ ୦୨ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ବିଦେଶ ଭଳି ଭାରତରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି । ପ୍ରତିଦିନ କରୋନା ସଂକ୍ରମିତ ରୋଗୀଙ୍କର ସଂଖ୍ୟା ବଢ଼ିବାରେ ଲାଗିଛି । ସେହିଭଳି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ନୂଆ ରେକର୍ଡ ଛୁଉଁଛି । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ କରୋନା ଭାଇରସରେ ପୀଡ଼ିତ ଜଣେ ୬୩ ବର୍ଷିଅ ବୃଦ୍ଧ ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବୃଦ୍ଧ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ମୃତକ ଜଣକ ଦିଲ୍ଲୀର ମୀଠାପୁର ନିବାସୀ ବୋଲି ଜଣାପଡ଼ିଛି । ଏହି ଘଟଣା ରବିବାର ସନ୍ଧ୍ୟାରେ ହୋଇଥିବା ଜଣାଯାଇଛି । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । 

କୁହାଯାଉଛି ଯେ, ମୀଠାପୁରର ଗଳି ନଂମ୍ବର ୬ ନିବାସୀ କରୋନା ପଜିଟିଭ ୬୩ ବର୍ଷିଅ ବୃଦ୍ଧଙ୍କୁ ଡାଏଲିସିସ ପାଇଁ ଗତ ମେ’ ୨୦ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ସମୟରେ ତାଙ୍କର କରୋନା ନମୁନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ତାଙ୍କୁ ରୁମ ନମ୍ବର ୫୧୧ରେ ରଖାଯାଇଥିଲା । ରୋଗୀ ଜଣକ ରବିବାର ରାତି ପଙ୍ଖାରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ସୂଚନାଯୋଗ୍ୟ, ଦେଶରେ କରୋନା ଭାଇରସରେ ସଂକ୍ରମିତ ରୋଗୀ ଠିକ ହେବା ଦର ପାଖାପାଖି ୫୦ ପ୍ରତିଶତ । କିନ୍ତୁ ତଥାପି ଲୋକେ ନିଜ ତରଫରୁ ସଚେତନ ହୋଇନାହାନ୍ତି । 

 

  • Tags:

Subscribe

National International State Sports Entertainment