ନୂଆଦିଲ୍ଲୀ: ଭାରତୀୟ ଦଳର ଚଳିତ ମାସରେ ନ୍ୟୁଜିଲାଣ୍ଡ ଗସ୍ତ କରିବାର ଅଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ ତିନୋଟି ଫର୍ମାଟରେ ସିରିଜ୍ ଖେଳିବ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ପାଇଁ ଚୟନକର୍ତ୍ତା ଭାରତୀୟ ଦଳ ଘୋଷଣା କରିଛନ୍ତି । ସବୁଠୁ ବଡ କଥା ଦୀର୍ଘ ୪ ବର୍ଷ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନୁଭବୀ ଅଭିଜ୍ଞତା ବୋଲର ଭୁବନେଶ୍ୱର କୁମାର । ଏହି ସୁଇଙ୍ଗ ବୋଲର ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୨୨ ନଭେମ୍ବରରେ ଖେଳିଥିଲେ । ଯୁବ ଉଦୀୟମ୍ୟାନ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଟିମ୍ ଇଣ୍ଡିଆରେ ନିଜର ସ୍ଥାନ ବଜାୟ ରଖିଛନ୍ତି ।
ଆଇପିଏଲ୍ ୨୦୨୬ରେ ଭୁବନେଶ୍ୱର କୁମାର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ଥିଲେ. ୩୬ ବର୍ଷୀୟ ଏହି ଦ୍ରୁତ ବୋଲର ଭାରତ ପାଇଁ ୨୧ ଟେଷ୍ଟ, ୧୨୧ ଦିନିକିଅ।। ଏବଂ ୮୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଏଥିରେ କ୍ରମଶଃ ୬୩, ୧୪୧ ଏବଂ ୯୦ ୱିକେଟ୍ ରହିଛି। ଭୁବନେଶ୍ୱର କୁମାର ୨୦୧୨ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ ।
ଭୁବନେଶ୍ୱରଙ୍କ ଦଳରେ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ସ୍ପିନର ରବି ବିଷ୍ଣୋଇଙ୍କୁ ବାଦ୍ ଦିଆଯାଇଛି । ବିଷ୍ଣୋଇ ଏସୀୟ କ୍ରୀଡାର ପାକିସ୍ତାନ ବିପକ୍ଷ ଫାଇନାଲ୍ ମ୍ୟାଚ୍ ଖେଳିଥିଲେ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜରେ ତାଙ୍କ ସ୍ଥାନରେ ମୁଖ୍ୟ ସ୍ପିନର ବରୁଣ ଚକ୍ରବର୍ତ୍ତୀଙ୍କୁ ସାମିଲ୍ କରାଯାଇଛି । ଚକ୍ରବର୍ତ୍ତୀ ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଆହତ ହୋଇଥିଲେ । ଏହି କାରଣରୁ ସେ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ୍ ଖେଳୁ ନାହାନ୍ତି ।
ଏସୀୟ କ୍ରୀଡା ଖେଳିଥିବା ଭାରତର ମୁଖ୍ୟ ବୋଲର ଯଶପ୍ରୀତ ବୁମରା ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ଖେଳିବେ ନାହିଁ । ଅଲରାଉଣ୍ଡର ନମନ ଧୀରଙ୍କୁ ଏହି ସିରିଜ୍ ପାଇଁ ଦଳରେ ଚୟନ କରାଯାଇଛି । ନମନ ଧୀର ବର୍ତ୍ତମାନ ଇଣ୍ଡିଜ ବିପକ୍ଷ ଟି-୨୦ ସିରିଜରେ ଟି-୨୦ ସିରିଜ୍ ଖେଳୁଛନ୍ତି ।
ଭାରତୀୟ ଦଳ
ଶ୍ରେୟସ ଆୟର(ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ(ୱିକେଟ୍ କିପର), ବୈଭବ ସୂର୍ଯ୍ୟବଂଶୀ, ଇଶାନ କିଶନ(ୱିକେଟ୍ କିପର), ତିଳକ ବର୍ମା(ଉପ ଅଧିନାୟକ), ଅକ୍ଷର ପଟେଲ, ଶିବମ ଦୁବେ, ନୀତିଶ କୁମାର ରେଡ୍ଡୀ, ନମନ ଧୀର, ପ୍ରିନ୍ସ ଯାଦବ, ମୟଙ୍କ ଯାଦବ, ଅର୍ଶଦୀପ ସିଂ, ଭୁବନେଶ୍ୱର କୁମାର, ବରୁଣ ଚକ୍ରବର୍ତ୍ତୀ ଓ କୁଲଦୀପ ଯାଦବ ।
କ୍ରୀଡାସୂଚୀ
ପ୍ରଥମ ଟି ୨୦ - ଅକ୍ଟୋବର ୨୨, ଖ୍ରୀଷ୍ଟଚର୍ଚ୍ଚ
ଦ୍ୱିତୀୟ ଟି ୨୦- ଅକ୍ଟୋବର ୨୪, ଖ୍ରୀଷ୍ଟଚର୍ଚ୍ଚ
ତୃିତୀୟ ଟି ୨୦- ଅକ୍ଟୋବର ୨୭, ୱେଲିଂଟନ
ଚତୁର୍ଥ ଟି ୨୦- ଅକ୍ଟୋବର ୩୦, ଅକଲାଣ୍ଡ
ପଞ୍ଚମ ଟି ୨୦- ନଭେମ୍ବର ୧, ହାମିଲଟନ