ଆଜି ମହାକାଶକୁ ଯିବ ଇନସାଟ୍ -3DS । ଏହି ନୂତନ ସାଟେଲାଇଟକୁ ସ୍ପେଶ ଏଜେନ୍ସିର ‘ନଟି ବଏ’ ମଧ୍ୟ କୁହାଯାଉଛି। ତେବେ ଇସ୍ରୋ ଚନ୍ଦ୍ରଯାନ-୩ ଓ ଆଦିତ୍ୟ ଏଲ୧ର ସଫଳତା ପରେ ଏବେ ଆଉ ଏକ ମିଶନରେ ଗବେଷଣା କରିଛି। ଏହି ୱେଦର ସାଟେଲାଇଟ ଇନସାଟ-ଥ୍ରୀ-ଡିଏସ ଆଜି ସଂଧ୍ୟାରେ ଆନ୍ଧ୍ର ଶ୍ରୀହରିକୋଟା ସତୀଶଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହେବ। ତେବେ ଏହି ଇନସାଟ-ଥ୍ରୀ-ଡିଏସ ନିଜ କକ୍ଷପଥରେ ଅବସ୍ଥାପିତ ହେବାପରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ଏହା ବାବଦରେ ପୂର୍ବାନୁମାନ କରିପାରିବ।
ସୂଚନା ଅନୁସାରେ , ଆଜି ସଂଧ୍ୟାରେ ଆନ୍ଧ୍ର ଶ୍ରୀହରିକୋଟା ସତୀଶଧାୱନ ସ୍ପେଶ ସେଂଟରରୁ ଉତକ୍ଷେପଣ ହେବ ଇନସାଟ-ଥ୍ରୀ-ଡିଏସ। ତେବେ ଏହି ଉପଗ୍ରହଟି ପାଣିପାଗ, ଜଳବାୟୁ ପରିବର୍ତ୍ତନ ସମେତ ପ୍ରାକୃତିକ ବିପର୍ଯ୍ୟୟ ନେଇ ଆଗୁଆ ସୂଚନା ଦେବାକୁ ସକ୍ଷମ ହେବ । ଇନସାଟ-ଥ୍ରୀ-ଡିଏସ ଇସ୍ରୋ ଜିଓଷ୍ଟେସନାରୀ କକ୍ଷପଥରେ ସ୍ଥାନିତ ହେବାକୁ ଥିବା ୱେଦର ସାଟେଲାଇଟର ତୃତୀୟ ପୀଢିର ନୂଆ ମିଶନ ଅଟେ। ଏହା ନିଜ କକ୍ଷପଥରେ ଅବସ୍ଥାପିତ ହେବାପରେ ପାଣିପାଗ ସମ୍ବନ୍ଧୀୟ ସୂଚନା ଦେବା ସହ ଏହା ବାବଦରେ ପୂର୍ବାନୁମାନ କରିପାରିବ। ତେବେ ଏହାକୁ ନିର୍ମାଣ କରିବାରେ ପାଇଁ ୪୮୦କୋଟି ଟଙ୍କା ଖର୍ଚ୍ଚ ହୋଇଛି। ବିଶେଷ ଜ୍ଞାନ କୌଶଳରେ ଏହାକୁ ନିର୍ମାଣ କରିଛନ୍ତି ଇସ୍ରୋର ବୈଜ୍ଞାନିକମାନେ। ତେବେ ଏହା ମଧ୍ୟ ସଫଳତାର ସହିତ ଲ୍ୟାଣ୍ଡ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି।